ପୁଣି ଡରାଇଲାଣି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୨,୯୯୭ ନୂଆ ଆକ୍ରାନ୍ତ ଚିହ୍ନଟ, ଅଧିକାଂଶ ଆକ୍ରାନ୍ତ କେରଳର ।

127

କନକ ବ୍ୟୁରୋ: ପୁଣି ଉପରମୁହାଁ ହେଲାଣି କରୋନା । କେବଳ କେରଳରେ ୮୮ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୟସ୍କ ଓ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । କରୋନାର ନୂଆ ଭାରିଆଂଟ ଜେଏନ ଡଟ୍ ୱାନ ବ୍ୟାପୁଥିଲେ ବି ସାଂଘାତିକ ହେଉନାହି ାଁ ସାଧାରଣ ଇନଫ୍ଲୁଏଞ୍ଜା ଭଳି ଥଣ୍ଡା, କାଶ ଓ ଜ୍ୱର ଲାଗି ରହୁଛି । ରାଜ୍ୟରେ ଗତ ଡିସେମ୍ବର ୩ ତାରିଖରୁ କୋଭିଡର ଗୋଟିଏ ହେଲେ କେଶ ଆସିନାହିଁ । ତଥାପି କେନ୍ଦ୍ର ପକ୍ଷରୁ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । କେସ ବଢିବାର ସମ୍ଭାବନା ଥିବାରୁ ସର୍ଭେଲାନ୍ସ ଓ କୋଭିଡ ଟେଷ୍ଟ ବଢାଇବାକୁ କୁହାଯାଇଛି । ଏହାସହିତ ପ୍ରତି ୩ ମାସରେ ମକ ଡ୍ରିଲ କରିବାକୁ ପରାମର୍ଶ ଦିଆଯାଇଛି । ଭୟ ଓ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଫେରିବ କି ମାସ୍କ?
– ଉପର ମୁହାଁ କରୋନା
– ୬୦ ବର୍ଷରୁ ବୟସ୍କଙ୍କୁ ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ
– ବାହାରକୁ ଗଲେ ମାସ୍କ ପିନ୍ଧିବାକୁ ପରାମର୍ଶ
– ଥଣ୍ଡା, କାଶ, ଜ୍ୱର ଥିଲେ କୋଭିଡ୍ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ
– ଓଡ଼ିଶାରେ ନାହିଁ କୌଣସି ଭୟ
– ଡିସେମ୍ବର ୩ ତାରିଖ ପରଠାରୁ ଚିହ୍ନଟ ହୋଇନାହିଁ କୌଣସି ମାମଲା
– କେରଳରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା
– କେରଳରେ ୮୮ ପ୍ରତିଶତ ରୋଗୀ ଚିହ୍ନଟ
– କର୍ଣ୍ଣାଟକ ଓ ପଂଜାବରେ ବି ବଢୁଛି ସଂକ୍ରମଣ