ନବୀନଙ୍କ ନୂଆ ଟିମ: ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଲେ ଶ୍ରୀକାନ୍ତ ସାହୁ। ସମ୍ଭାଳିବେ ଶ୍ରମ ବିଭାଗ ଦାୟିତ୍ୱ। 

77

କନକ ବ୍ୟୁରୋ: ନବୀନଙ୍କ ଟିମରେ ଗଞ୍ଜାମ ଜିଲ୍ଲାରୁ ସୁଯୋଗ ପାଇଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ନୂଆ ମନ୍ତ୍ରିମଣ୍ଡଳରେ ସେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶ୍ରମ ବିଭାଗର ନୂଆ ମନ୍ତ୍ରୀ ଭାବେ ସେ ଦାୟିତ୍ୱ ନେବେ । ପ୍ରଥମ ଥର ପାଇଁ ସେ ମନ୍ତ୍ରୀ ହୋଇଛନ୍ତି । ସାଙ୍ଗଠନିକ ଦକ୍ଷତା ତଥା ଦଳ ପ୍ରତି ଥିବା ତାଙ୍କ ଆନୁଗତ୍ୟକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ଏହି ଦାୟିତ୍ୱ ଦେଇଛନ୍ତି ।

ମନ୍ତ୍ରୀ ଭାବେ ସେ ନବୀନଙ୍କ ଆଉ ଗୋଟିଏ ସରପ୍ରାଇଜ କାର୍ଡ । ଶ୍ରୀକାନ୍ତ ସାହୁ ମନ୍ତ୍ରୀ ହେବା ନେଇ ସେଭଳି କୌଣସି ଆକଳନ କିମ୍ବା ଚର୍ଚ୍ଚା ହେଉନଥିଲା । ତେବେ ସମ୍ଭାବ୍ୟ ମନ୍ତ୍ରୀଙ୍କୁ କଲ ଯିବା ଆରମ୍ଭ ହେବା ପରେ ତାଙ୍କ ପାଖକୁ ୭ଟା ୧୦ରେ ମୁଖ୍ୟମନ୍ତ୍ରୀ କଲ କରିଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରମ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତାଙ୍କ ପାଖକୁ ଆସିବା ପରେ ସେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବେ । ପୂର୍ବରୁ ଏହି ବିଭାଗର ଦାୟିତ୍ୱ ସୁଶାନ୍ତ ସିଂହଙ୍କ ପାଖରେ ଥିବା ବେଳେ ତାଙ୍କୁ ଡ୍ରପ କରାଯାଇଛି । ଗଞ୍ଜାମ ଜିଲ୍ଲାରୁ ସୂର୍ଯ୍ୟନାରାୟଣ ପାତ୍ର ମନ୍ତ୍ରୀ ହେବାର ଚର୍ଚ୍ଚା ଭିତରେ ଶ୍ରୀକାନ୍ତ ସାହୁ ବାଜି ମାରିନେଇଛନ୍ତି ।