ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ନବୀନ ! କହିଲେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ।
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ବିଶ୍ୱକପ ୨୦୧୮ର ସଫଳ ଆୟୋଜନ ନେଇ ଆଜି ପ୍ରଧାନମନ୍ତ୍ରୀ, ନବୀନଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କର ଉତ୍ସାହପ୍ରଦ ବାର୍ତ୍ତା ପାଇଁ ତାଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି ନବୀନ । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାକୁ ଓଡିଶା ପ୍ରସ୍ତୁତ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
Thank you @narendramodi ji for your encouraging words on the grand success of #HWC2018. #Odisha is ready for more such international sporting extravaganzas. https://t.co/0FLND0Jmid
— Naveen Patnaik (@Naveen_Odisha) December 17, 2018
ସୂଚନା ଅନୁଯାୟୀ, ଓଡିଶା ପୁରୁଷ ହକି ବିଶ୍ୱକପ୍ ୨୦୧୮ର ସଫଳ ଆୟୋଜନ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଟ୍ୱିଟ୍ କରି ବିଶ୍ୱବିଜେତା ବେଲଜିୟମ ଓ ରନର୍ସ ଅପ ନେଦରଲାଣ୍ଡକୁ ଶୁଭେଚ୍ଛ ଜଣାଇବା ସହ ହକି ବିଶ୍ୱକପର ସଫଳ ଆୟୋଜନ ପାଇଁ ରାଜ୍ୟବାସୀ ଓ ଓଡିଶା ସରକାରଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୋଦି । ରାଜ୍ୟ ସରକାରଙ୍କ ପକ୍ଷରୁ ଖେଳାଳିଙ୍କୁ ଯେଉଁଭଳି ଭାବେ ଆତିଥେୟତା ଦିଆଯାଇଛି ସେଥିପାଇଁ ମଧ୍ୟ ନବୀନ ସରକାରକୁ ପ୍ରଂଶସା କରିଛନ୍ତି ମୋଦି । ଏପରିକି ହକି ବିଶ୍ୱକପକୁ ସଫଳ କରିବା ପାଇଁ ପରିଶ୍ରମ କରିଥିବା ପ୍ରତିଟି ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି ।
ଅନ୍ୟ ଏକ ଟ୍ୱିଟରେ ମୋଦି ଲେଖିଥିଲେ, ବିଶ୍ୱକପ ହକି ଏକ ସ୍ୱତନ୍ତ୍ର ସ୍ଥାନ ନେଇ ଆସିଥିଲା । କ୍ରୀଡା ପ୍ରେମୀଙ୍କ ପାଇଁ ହକି ବିଶ୍ୱକପ ଏକ ଉପହାର ସଦୃଶ । ଏହି ବିଶ୍ୱକପରେ ବହୁତ ଭଲ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଉଭୟ ଦଳଗତ ଓ ବ୍ୟକ୍ତିଗତ ସ୍ତରରେ ଖେଳାଳି ମାନେ ଭଲ ପ୍ରଦର୍ଶନ କରିଥିଲେ । ଏପରିକି ଏହି ଟୁର୍ଣ୍ଣାମଣ୍ଟ ଦ୍ୱାରା ହକି ଦେଶର ଲୋକଙ୍କ ପାଖରେ ବେଶ ଲୋକପ୍ରିୟତା ହାସଲ କରିଛି । ଖାସକରି ଯୁବପିଡୀ ପାଇଁ ହକି ବିଶ୍ୱକପ ଅଧିକ ଲୋକପ୍ରିୟ ହୋଇପାରିଛି ।