ଅଲିମ୍ପିକ୍ସରେ ଭାରତର ସଫଳ ଅଭିଯାନ ପରେ ପ୍ରତିକ୍ରିୟା ରଖିଲେ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ଅଧ୍ୟକ୍ଷ ନରିନ୍ଦର ବାତ୍ରା । କହିଲେ, ହକିରେ ଭାରତ ପଦକ ଜିତିବା ଥିଲା ସବୁଠୁ ଖୁସିର ମୁହୂର୍ତ୍ତ ।

300

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ସଫଳତାର ସହ ଅଭିଯାନ ଶେଷ କରିଛି ଭାରତ । ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ ପଦକ ସହ ଭାରତକୁ ମିଳିଛି ମୋଟ୍ ୭ଟି ପଦକ । ତେବେ ଏହାରି ଭିତରେ କନକ ନ୍ୟୁଜକୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ଅଧ୍ୟକ୍ଷ ପ୍ରତିକ୍ରିୟା ଦେଇଛନ୍ତି ।

୪୧ବର୍ଷ ପରେ ହକିରେ ଐତିହାସିକ ବିଜୟ ହାସଲ କରିଛି ଭାରତ । ଭାରତୀୟ ହକି ଟିମର ବିଜୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ଅଧ୍ୟକ୍ଷ ନରିନ୍ଦର ବାତ୍ରା । ସେ କହିଛନ୍ତି, ହକିରେ ପଦକ ଜିତିବା ଥିଲା ଅତ୍ୟନ୍ତ ଖୁସିର ମୁହୂର୍ତ୍ତ । କ୍ରିକେଟ୍ ପଛରେ ସମସ୍ତେ ଥିବା ବେଳେ ହକିକୁ ପ୍ରୋତ୍ସାହିତ କରିଥିଲା ଓଡ଼ିଶା । ଶେଷ ମିନିଟ୍ ଯାଏଁ ଖେଳିବା ଥିଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ । ଏପରିକି ମ୍ୟାଚ୍ ପରେ ଫୋନ୍ କରି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ବୋଲି କହିଛନ୍ତି ନରିନ୍ଦର ବାତ୍ରା । ତେବେ ଖୁବଶୀଘ୍ର ଭୁବନେଶ୍ୱରରେ ଦେଖାହେବ ବୋଲି ସେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ।