କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ ; ୧୦ବର୍ଷରେ ନେଇଛି ୨୨୫ଟି ମାମଲାରେ ତଦନ୍ତ ଭାର : ନରସିଂହ ମିଶ୍ର

86

କନକ ବ୍ୟୁରୋ : ଗତ ୧୦ ମଧ୍ୟରେ କ୍ରାଇମବ୍ରାଞ୍ଚ କେତୋଟି ମାମଲାର ତଦନ୍ତଭାର ହାତକୁ ନେଇଛି, ସେନେଇ ଗୃହରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପ୍ରଶ୍ନର ଉତର ଦେଇ ସରକାର କହିଛନ୍ତି ୧୦ ବର୍ଷରେ ୨୨୫ଟି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ସେଥିମଧ୍ୟରୁ ମାତ୍ର ୮୮ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ୮୯ଟି ମାମଲାରେ ୨୦ ବର୍ଷ ହେଲା ତଦନ୍ତ ଚାଲିଛି ।

ଏଭଳି ପରିସ୍ଥିତିରେ କ୍ରାଇମବ୍ରାଞ୍ଚ ଉପରେ କିପରି ଭରସା ଆସିବ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା । କେବଳ ସେତିକି ନୁହେଁ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ହେଉଥିବାରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ନରସିଂହ । ପାଟଣାଗଡ, ଟିଟଲାଗଡ ଏବଂ ଚିଟଫଣ୍ଡ ମାମଲାରେ ସିବିଆଇ କାର୍ଯ୍ୟଧାରା ଠିକ୍ ନଥିଲା ବୋଲି କହିଛନ୍ତି ନରସିଂହ ମିଶ୍ର । ତେଣୁ ସେ ପୁଣିଥରେ ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ଦାବି ଉଠାଇଛନ୍ତି ।