ପାରିବାରିକ କଳହରୁ ଦମ୍ପତି ମୃତ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

98

କନକ ବ୍ୟୁରୋ : ମଦ୍ୟପାନ କରି ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା । ବାଲେଶ୍ୱର ଖଇରା ବ୍ଲକ ତିଳଦା ଗାଁରେ ଅଭାବନୀୟ ଘଟଣା ଘଟିଛି । ଦୀର୍ଘ ୧୦ବର୍ଷ ଧରି ଉକ୍ତ ଗ୍ରାମ ବାବୁ ଦାସ ଓ ତାଙ୍କ ସ୍ତ୍ରୀ ମିନା ଦାସ ରହି ଆସୁଥିଲେ । ଗତକାଲି ବାବୁ ଅତ୍ୟଧିକ ମଦ୍ୟପାନ କରି ସ୍ତ୍ରୀ ସହିତ ପାଟିତୁଣ୍ଡ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବାବୁ ସ୍ତ୍ରୀ ମିନା ଠେଲି ଦେଇଥିଲେ । ଫଳରେ ସ୍ତ୍ରୀ ଏକ ଖୁଣ୍ଟରେ ମୁଣ୍ଡଟି ବାଡେଇ ଗୁରୁତର ଅବସ୍ଥାରେ ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ସ୍ତ୍ରୀକୁ ଆକ୍ରମଣ ପରେ ସ୍ୱାମୀ ନିଜେ ବିଷ ପିଇ ଦେଇଥିଲେ । ତାଙ୍କର ଆଜି ଭଦ୍ରକ ମେଡିକାଲରେ ମୃତ୍ୟୁ ଘଟିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।