ନବଦାସ ହତ୍ୟାକାଣ୍ଡ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ ।

220

କନକ ବ୍ୟୁରୋ : ନବ ଦାସଙ୍କ ହତ୍ୟା ଘଟଣା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ । ପ୍ରେସମିଟରେ ବର୍ଷିଲେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । କହିଲେ, ଏହି ହତ୍ୟା ଘଟଣାରେ ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ ହେଉଛି । ମୁଖ୍ୟମନ୍ତ୍ରୀ ଦାୟୀ, ତୁରନ୍ତ ଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କଲା କଂଗ୍ରେସ । ୪୮ ଘଣ୍ଟା ପରେ ବି ହତ୍ୟାକାଣ୍ଡର ଖିଅ ପାଉନି ପୋଲିସ । କ୍ରାଇମବ୍ରାଞ୍ଚକୁ ତଦନ୍ତ ଦେଇ ମାମଲା ଚାପିଦେବାକୁ ଉଦ୍ୟମ କରୁଛନ୍ତି ସରକାର । କାରଣ ହତ୍ୟାକାଣ୍ଡ ପଛରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଛି ବୋଲି ସଂଗୀନ ଅଭିଯୋଗ ଆଣିଲା ରାଜ୍ୟ କଂଗ୍ରେସ ।