ପୁଲିସ୍ କ୍ରାଇମ୍ କରିବ, ଓଡ଼ିଶା ପୁଲିିସ୍ ତଦନ୍ତ କରିବ ବିଶ୍ୱାସ କରିହେଉନି; ନ୍ୟାୟ ମିଳିବ କେମିତି ? : ବିଜେପି

302

କନକ ବ୍ୟୁରୋ : ନବ ଦାସଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି । ସିବିଆଇ ତଦନ୍ତ ଦାବି କଲେ ରାଜ୍ୟ ବିଜେପି ସଭାପତି । ମୁଖ୍ୟମନ୍ତ୍ରୀ ସିବିଆଇକୁ ତୁରନ୍ତ ତଦନ୍ତ ବାର ଦେବାକୁ ସେ ଦାବି କରିଛନ୍ତି । ନିଜ ବିଭାଗର ସ୍ୱଚ୍ଛ ପାଇଁ ଅତିଶୀଘ୍ର ତଦନ୍ତ ଭାର ଦିଅନ୍ତୁ । ପ୍ରଭାବଶାଳୀ ନେତାଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରାଗଲା । ଏ ଯାଏଁ ଗୃହ ବିଭାଗ ଓ ଡିଜି ଚୁପ୍ କାହିଁକି ? ପୋଲିସ ମାରିଛି, ରାଜ୍ୟ ପୋଲିସ ବିଭାଗ ତଦନ୍ତ କ’ଣ କରିବ ? ତଦନ୍ତ ଆରମ୍ଭରୁ ଫଇସଲା କରିଦେଲା । ଖାଲି ସେତିକି ନୁହେଁ ତଦନ୍ତ ବିଳମ୍ବ ହେଲେ ପ୍ରମାଣ ନଷ୍ଟର ସମ୍ପୂର୍ଣ୍ଣ ରାସ୍ତା ଫିଟିଯିବ ।

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଯେଉଁ ଭଳି ଢଙ୍ଗରେ ପୁଲିସ ଏଏସଆଇ ଗୋପାଳକୃଷ୍ଣ ଦାସ ନିଜ ସର୍ଭିସ ରିଭଲଭରରୁ ଗୁଳି କରି ହତ୍ୟା କଲା, ତାହା ସମ୍ପୂର୍ଣ୍ଣ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ସଂପୃକ୍ତ ଏଏସଆଇଙ୍କୁ ସର୍ଭିସ ରିଭଲଭର ଜାରି କରାଯିବା, ପୁଲିସ ଗୁଇନ୍ଦା ବ୍ୟବସ୍ଥା, ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ସବୁ କିଛି ଏବେ ସନ୍ଦେହ ଘେରକୁ ଆସି ଯାଇଛି ।

ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟାର ଅନୁଧ୍ୟାନ କରୁଛନ୍ତି । କିନ୍ତୁ ଘଟଣାର ଦିନକ ପରେ ବି ରାଜ୍ୟ ପୁଲିସ ବିଭାଗର ମୁଖ୍ୟ ସମ୍ପୂର୍ଣ୍ଣ ନିରବ ରହିଛନ୍ତି । ଘଟଣାକୁ ନେଇ ପୁଲିସ ଡିଜିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ବି ଜାରି କରାଯାଇ ନାହିଁ । ଏଭଳି ଅଦ୍ଭୂତପୂର୍ବ କାଣ୍ଡ ପରେ ବି ଡିଜି ଘଟଣାସ୍ଥଳକୁ ଯାଇ ନାହାନ୍ତି ।

ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି । ମନ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସେ ସୂଚନା ପାଇଥିବା କହିଛନ୍ତି । ତେଣୁ ଝାରସୁଗୁଡା ହସ୍ପିଟାଲ ତାଙ୍କୁ ରେଫର କରିବାକୁ ଅନୁମତି ଦେଇଥିଲା କି ନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ଘଟଣାରେ ବହୁ ବଡ ବଡ ନେତାଙ୍କ ସଂପୃକ୍ତି ଥିବା ଦାବିକରିଛନ୍ତି ସେ । ସେହିପରି କ୍ରାଇମବ୍ରାଞ୍ଚ ତଦନ୍ତ କରିବ କୋର୍ଟ କେବଳ ନଜର ରଖିବ ତେଣୁ ତଦନ୍ତକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଆଉ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ।