ନାମାଙ୍କନ ଭରିଲେ ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ । ସେପଟେ ଚିକିଟି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ମନୋରଞ୍ଜନ

141

କନକ ବ୍ୟୁରୋ: ନାମାଙ୍କନ ଦାଖଲର ପ୍ରଥମ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ । ଭୁଜବଳ ମାଝୀ କଂଗ୍ରେସ ସମର୍ଥକଙ୍କ ସହ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚଳିତ ନିର୍ବାଚନରେ କଂଗ୍ରେସ ଦଳ ଭୁଜବଳ ମାଝୀଙ୍କ ଉପରେ ଭରସା କରି ତାଙ୍କୁ ଟିକେଟ ପ୍ରଦାନ କରିଛି । ନାମାଙ୍କନ ଦାଖଲ ପରେ କହିଛନ୍ତି ଯେ, ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ଏବଂ ବିଜୟ ହାସଲ କରିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ମନୋରଞ୍ଜନ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଭରିବା ପୂର୍ବରୁ ପାତ୍ରପୁର ଓ ଚିକିଟି ବ୍ଲକରେ ଶୋଭାଯାତ୍ରା କରିଥିଲେ ମନୋରଞ୍ଜନ ।