କୁଆପଥର ମାଡରେ ଭାଙ୍ଗିଲା ବିମାନର ୱିଣ୍ଡସିଲ, ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ । ସମସ୍ତ ଯାତ୍ରୀ ସୁରକ୍ଷିତ । 

493

କନକ ବ୍ୟୁରୋ : ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ । କୁଆପଥର ମାଡ କାରଣରୁ ବିମାନର ସମ୍ମୁଖ ପାଶ୍ୱର୍ରେ ଆଂଶିକ କ୍ଷତି ଦେଖାଯାଇଥିଲା । ଉଡାଣର କିଛି ସମୟ ମଧ୍ୟରେ ପୁଣିଥରେ ରନୱେକୁ ଫେରିଥିଲା ବିମାନ । ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବିମାନରେ ଥିବା ୧୭୦ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଗନ୍ତବ୍ୟସ୍ଥଳକୁ ପଠାଯିବା ନେଇ ବ୍ୟବସ୍ଥା ହେଉଥିବା କହିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ । ଭିସ୍ତାରା ବିମାନଟି ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା ।