ନିର୍ବାଚନ ସମୟରେ ଅବକାରୀ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ: ସହିଦ ନଗର ଅଞ୍ଚଳରେ ରାତି ୩ଟା ଯାଏଁ ଖୋଲାରହୁଛି ପବ୍

71

କନକ ବ୍ୟୁରୋ: ନିର୍ବାଚନ ସମୟରେ ଅବକାରୀ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ । ଭୁବନେଶ୍ୱର ସହିଦ ନଗର ଅଂଚଳରେ ରାତି ୩ଟା ଯାଏଁ ଖୋଲାରହୁଛି ପବ୍ । ସହିଦ ନଗର ଅଂଚଳରେ ଥିବା ସାଇନ ଏକ୍ସ ପବ୍ରେ ସାମ୍ନା ପଟ ଗେଟ ବନ୍ଦ କରି ଭିତରେ ଚାଲିଛି ଡାନ୍ସ ବାର । ପବ୍ ଭିତରେ ଭୋର ଯାଏଁ ନିଶାରେ ଚୁର୍ ହୋଇ ରହୁଛନ୍ତି ଯୁବପୀଢୀ । ନା ଅଛି ପୁଲିସର ଡର ନା ଅଛି ଅବକାରୀ ବିଭାଗର କଟକଣା । ଗୋଟିଏ ପଟେ ଆଦର୍ଶ ଆଚରଣ ବିଧୀ ଲାଗୁ ହୋଇଥିବା ବେଳେ, ଛକ ବଜାରରେ ନାକାବନ୍ଦି ଚାଲିଛି । କିନ୍ତୁ ଏହାରି ଭିତରେ ଚାଲିଛି ଖୁଲମଖୁଲା ଡ୍ୟାନ୍ସ ପବ୍ । ସେପଟେ ଖିଲାପକାରୀଙ୍କ ବିରୋଧରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅବାକରୀ ଅଧୀକ୍ଷକ ।