ସଲମନ ଖାନଙ୍କ ଘର ଉପରକୁ ଚଳାଇଥିଲେ ଗୁଳି । ଏବେ ପୋଲିସ ହେପାଜତରେ ଆତ୍ମହତ୍ୟା କରିଦେଲେ ଅଭିଯୁକ୍ତ

643

କନକ ବ୍ୟୁରୋ ; ସଲମନ ଖାନଙ୍କ ଘର ଉପରକୁ ଗୁଳିମାଡ କରିବା ଘଟଣାରେ ଦୈନିକ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ଏହି ମାମଲାରେ ଅଭିଯୁକ୍ତ ଭିକ୍କି ଗୁପ୍ତା, ସାଗର ପାଲ ଓ ଅନୁଜ ଥାପନ ପୋଲିସ ହେପାଜତରେ ରହିଛନ୍ତି । ଏବେ ଏବେ ଖବର ଆସିଛି କି, ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ପୋଲିସ ହେପାଜତରେ ଆତ୍ମହତ୍ୟା କରିଦେଇଛନ୍ତି । ଆତ୍ମହତ୍ୟା କରିଥିବା ଅଭିଯୁକ୍ତର ନାମ ଅନୁଜ ଥାପନ ବୋଲି ଜଣାପଡିଛି ।

ଏପ୍ରିଲ ୧୪ ତାରିଖ ରବିବାର ସକାଳେ ସଲମନ ଖାନଙ୍କ ଘର ଉପରକୁ କିଛି ବ୍ୟକ୍ତି ଗୁଳି ଚଳାଇଥିଲେ । ଏହାପରେ ଅଜଣା ବ୍ୟକ୍ତିମାନେ ଫେରାର ହୋଇଯାଇଥିଲେ । ସେପଟେ ଏହି ଗୁଳିକାଣ୍ଡ ପାଇଁ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗ ନିଜକୁ ଦାୟି କରିଥିଲା । ଏହି ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ମେ’୮ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ନେଇଥିଲା । ହେଲେ ତା ମଧ୍ୟରୁ ଅନୁଜ ଥାପନ ଆଜି ପୋଲିସ ହେପାଜତରେ ଆତ୍ମହତ୍ୟା କରିଦେଇଛନ୍ତି ।