ମେ ୩ରେ ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ: ସାଲେପୁର ପରେ ରାୟଗଡାରେ ଭରିବେ ରଣ ହୁଙ୍କାର

96

କନକ ବ୍ୟୁରୋ: କଂଗ୍ରେସ ଫୋକସରେ ଓଡ଼ିଶା । ୩ତାରିଖରେ ରାୟଗଡ଼ା ଗସ୍ତରେ ଆସୁଛନ୍ତି କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା କୋରାପୁଟ ଲୋକସଭା କ୍ଷେତ୍ର ଅଧିନରେ ଥିବା ରାୟଗଡ଼ା ପହଂଚି ନିର୍ବାଚନୀ ପ୍ରଚାର କରିବେ ରାହୁଲ ଗାନ୍ଧୀ । ୩ତାରିଖ ଦିନ ୧୧ଟାରେ ହେଲିକେପ୍ଟର ଯୋଗେ ରାୟଗଡ଼ା ପହଂଚିବା ପରେ ଜନସଭାକୁ ସମ୍ବୋଧନ କରିବେ । କଂଗ୍ରେସ ଗ୍ରାରେଂଟି ସମ୍ପର୍କରେ ଜନସାଧାରଣ ଓ କଂଗ୍ରେସ କର୍ମୀଙ୍କୁ ବୁଝାଇବେ । ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ, ପିସିସି ପ୍ରଭାରୀ ଅଜୟ କୁମାର,ରାଜ୍ୟ ପିସିସି ସଭାପତିଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ରହିବେ । ରାହୁଲଙ୍କ ଗସ୍ତ ପାଇଁ କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିିଳିଛି ।