ଟ୍ରାକ୍ଟରରେ ବସି ନାମାଙ୍କନ ଭରିବାକୁ ଗଲେ ପ୍ରାର୍ଥୀ । ମୁଠାଏ ଧାନ ଓ ୧୦ ଟଙ୍କା ମାଗି ଚର୍ଚ୍ଚାରେ ଥିଲେ ଜଟଣୀର ମନୱର ଅଲ୍ଲୀ ।

159

କନକ ବ୍ୟୁରୋ: ଟ୍ରାକ୍ଟରରେ ନାମାଙ୍କନ ପାଇଁ ଗଲେ ପ୍ରାର୍ଥୀ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଜଟଣୀ ନିର୍ବାଚନ ମଣ୍ଡଳୀରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାର୍ଥୀ ହୋଇଥିବା ମନୱର ଅଲ୍ଲୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ନାମାଙ୍କନ ଦାଖଲ ପାଇଁ ଯିବା ବେଳେ ଟ୍ରାକ୍ଟର ମାଧ୍ୟମରେ ଯାଇଛନ୍ତି ମନୱର ଅଲ୍ଲୀ । ପୂର୍ବରୁ ମୁଠାଏ ଧାନ ଓ ୧୦ ଟଙ୍କା ମାଗି ଚର୍ଚ୍ଚାରେ ଥିଲେ ମନୱର ଅଲ୍ଲୀ । ଚାଷୀଙ୍କ ପାଇଁ ଟ୍ରାକ୍ଟର ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେ ଟ୍ରାକ୍ଟରରେ ଯାଇଥିବା କହିଛନ୍ତି ମନୱର ।