ପାରିବାରିକ କଳହରୁ ହତ୍ୟା : ବଡ ବାପା ଓ ଭାଇକୁ ଗୋଡାଇ ଗୋଡାଇ ହାଣିଲା ପୁତୁରା; ମୃତ ଘୋଷଣା କଲେ ଡାକ୍ତର

324

କନକ ବ୍ୟୁରୋ : ରକ୍ତ ସମ୍ପର୍କରେ ରକ୍ତ ବହିଲା । ସମ୍ପର୍କ ଭୁଲିଗଲା ପୁତୁରା । ବଡ ବାପା ଓ ଭାଇକୁ ଗୋଡାଇ ଗୋଡାଇ ହାଣିଲା ପୁତୁରା । ରାଇବଣିଆ ଥାନା କବାଟଘାଟି ଗାଁରେ ଏପରି ଏକ ହତ୍ୟାକାଣ୍ଡ ଘଟିଛି । ଦୁଇ ମୃତକ ହେଲେ ହାରା ବିନ୍ଧାଣି ଓ କ୍ରିଷ୍ଣା ବିନ୍ଧାଣି । ହତ୍ୟା ଅଭିଯୁକ୍ତ ପ୍ରଫୁଲ୍ଲ ବିନ୍ଧାଣି ଏବେ ଫେରାର ରହିଛି । କଥା କଟାକଟିରୁ ହତ୍ୟା ହେଇଥିବା ସୁଚନା । ଗଣ୍ଡଗୋଳ ସମୟରେ ଅଟକେଇବାକୁ ଯାଇ ହାଡୁ ସିଂ ଗୁରୁତର ହୋଇ ହାତିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ରାଇବଣିଆ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି ।