ବଲିଉଡରେ ପାଦଦେବେ ଟେଲି ନାୟିକା ମୌନି ରାୟ ! ଅକ୍ଷୟ କୁମାରଙ୍କ ସହ ନଜର ଆସିପାରନ୍ତି

40

କଲର୍ସ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସିରିଏଲ ନାଗିନ-୨ ରେ ଅଭିନୟ କରୁଥିବା ମୌନି ରାୟ ଏବେ ଚର୍ଚାରେ । ଟିଭି ସିରିଏଲରେ ଲୋକପ୍ରିୟ ହାସଲ କରିଥିବା ମୌନି ରାୟ ଏବେ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି । ସେ ପ୍ରଥମ କରି ଅକ୍ଷୟ କୁମାରଙ୍କ ସହ ନଜରକୁ ଆସିପାରନ୍ତି । ତେଣୁ ଖିଲାଡି ଷ୍ଟାରଙ୍କ ସହ ଅଭିନୟ ନେଇ ମୌନି ବେଶ୍ ଉତ୍ସାହିତ ଥିବା ଜଣା ପଡିଛି ।

ଅକ୍ଷୟ କୁମାରଙ୍କର ଆଗାମୀ ସିନେମା ‘ଗୋଲ୍ଡ’ରେ ମୁଖ୍ୟ ଭୁମିକାରେ ନଜର ଆସିବେ ମୌନି । ଏହି ସିନେମାଟିକୁ ନିର୍ଦ୍ଦେଶନା ଦେଉଛନ୍ତି ରିମା କାଗତି । ସିନେମାଟିର କାହାଣି ଭାରତୀୟ ହକି କୋଚ୍ ବଲବିର ସିଂ ଙ୍କ ଜୀବନୀ ଉପରେ ଆଧାରିତ । ଏହାର ପ୍ରଯୋଜନା ଦେବେ ଫରହାନ ଅଖତାର ଓ ରିତେଶ ସିଧବାନୀ । ‘ଗୋଲ୍ଡ’ଏକ ସ୍ପୋର୍ଟସ୍ ଡ୍ରାମା ସିନେମା । ଅକ୍ଷୟ କୁମାର ଓ ମୌନି ରାୟ ଅଭିନୀତ ଏହି ସିନେମାଟି ୨୦୧୮ରେ ରିଲିଜ ହେବ ବୋଲି ଜଣାପଡିଛି ।