ଜଗନ୍ନାଥ ପ୍ରେମରେ ମଗ୍ନ ଜରିନା ବିବି: ତୁଳସୀ ଚଉରାରୁ ନେଇ ଘର ଭିତର ଯାଏଁ ସବୁଠି ଜଗନ୍ନାଥଙ୍କ ପୂଜା 

550

କନକ ବ୍ୟୁରୋ: ଭକ୍ତି ଭାବରେ  ଜାତି ଧର୍ମ ନାହିଁ । ଭଗବାନଙ୍କୁ ଶ୍ରଦ୍ଧା କରିବାକୁ ଜାତି ଧର୍ମର ଦରକାର ପଡେନି  । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବେଗୁନିଆ କୁସୁପଲ୍ଲା ଅଂଚଳରେ । ସେଇଠି ରୁହନ୍ତି ଜରିନା ବିବି ଓ ତାଙ୍କର ପରିବାର । ମୁସଲମାନ ପରିବାର ହୋଇଥିଲେ ବି କାଳିଆ ଭାବରେ ମଗ୍ନ ଜରିନା । ଏଥର ଧର୍ମ ମସ କାର୍ତିକରେ ବି ପଂଚୁକ ପାଳିଛନ୍ତି ଜରିନା ବିବି । କୁହନ୍ତି ଜଗନ୍ନାଥଙ୍କ ସ୍ୱପ୍ନାଦେଶରେ ସେ ମୁଗ୍ଧ ଆଉ ତାପରଠାରୁ ସେ ତାଙ୍କର ଛବି ମଧ୍ୟ ଆଙ୍କି ଚାଲିଛନ୍ତି । ଏଥର ପଂଚୁକ ବି ପାଳିଛନ୍ତି ଜରିନା । ଘର ଦୁଆର ମୁହଁରୁ ନେଇ ଚଉରା ମୂଳରେ ଓ ଘରେ ସବୁଠି ଜଗନ୍ନାଥଙ୍କ ଚିତ୍ର । ଜଗନ୍ନାଥଙ୍କୁ ସ୍ୱୟଂ ଦର୍ଶନ କରିନଥିଲେ ବି ଜଗନ୍ନାଥଙ୍କ ପ୍ରେମରେ ନିମଗ୍ନ ଜରିନା ବିବି । ଆର୍ଥିକ ଅନଟନ ଭିତରେ ଜୀବନ ଜୀଉଁଥିଲେ ବି ଜରିନା ଦିନରାତି ଜଗନ୍ନାଥ ଉପାସନା କରୁଛନ୍ତି । ସ୍ୱପ୍ନରେ ଦେଖିବା ପରେ ପରେ ସେ ଆଙ୍କିଚାଲିଛନ୍ତି ଜଗନ୍ନାଥଙ୍କ ସୁନ୍ଦର ସୁନ୍ଦର ଛବି । ଚଳିତ କାର୍ତିକ ମାସ ନିରାମିଷ ଖାଇ ପୂଜାର୍ଚ୍ଚନା କରିଛନ୍ତି ଜରିନା ।