ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ । ଗଭର୍ନର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି

119

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କର ମୁମ୍ବାଇ ସ୍ଥିତ କାଯକୁ ବୋମାମାଡ କରି ଉଡାଇ ଦେବାକୁ ଧମକ ମିଳିଛି । ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରିଛି ଏହି ଅଜଣା ବ୍ୟକ୍ତି ।

ମୁମ୍ବାଇ ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟକୁ ଇ-ମେଲ ମାଧ୍ୟମରେ ବୋମାମାଡ କରି ଉଡାଇ ଦେବାକୁ ଧମକ ମିଳିଛି । ଆରବିଆଇ କାର୍ଯ୍ୟାଳୟ ବ୍ୟତୀତ ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ସମେତ ୧୧ଟି ସ୍ଥାନରେ ବୋମାମାଡ କରି ଉଡାଇ ଦେବାକୁ ଇମେଲ ଜରିଆରେ ଧମକ ଦିଆଯାଇଛି ।

ଏଭଳି ଖବର ପ୍ରଚାରିତ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇ-ମେଲରେ ଯେଉଁ ଯେଉଁ ସ୍ଥାନରେ ବୋମାମାଡ କରାଯିବାକୁ ଧମକ ଦିଆଯାଇଥିଲା ସେହିସବୁ ସ୍ଥାନରେ ପୋଲିସ ଯାଂଚ କରିଥିଲେ ବି କିଛି ଆପତ୍ତିଜନକ ଜିନିଷ ମିଳିପାରି ନାହିଁ । ଏମଆରଏ ମାର୍ଗ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ କରାଯାଇ ଅଧିକ ଯାଂଚ ଆରମ୍ଭ କରାଯାଇଛି ।