କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ମାନସିକ ଅବସ୍ଥା ସନ୍ତୁଳନ ନଥିବା କହିଛନ୍ତି ଡାକ୍ତର

1,232

କନକ ବ୍ୟୁରୋ : କ୍ୟାପିଟାଲ ହସପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ତାଙ୍କର ମାନସିକ ସ୍ଥିତି ଠିକ୍ ନଥିବା କହିଛନ୍ତି ଡାକ୍ତର । ଦୀର୍ଘ ସମୟ ଧରି ଚାଲିବା ଓ ଥଣ୍ଡାରେ ବସି ଧ।।ରଣା ଦେବା ଯୋଗୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ।

ତେବେ ଚିକିତ୍ସା ଆରମ୍ଭ ପରେ ତାଙ୍କର ସ୍ୱାସ୍ଥାବସ୍ଥା ସ୍ଥିିର ରହିଥିଲେ ବି ମାନସିକ ସ୍ଥିତି ଭଲନଥିବା କହିଛନ୍ତି ଡାକ୍ତର । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ନହେବାରୁ ଶିଶୁଭବନ ଛକ ନିକଟରେ ଥିବା ୫୦ ଫୁଟିଆ ହୋର୍ଡିଂ ଉପରେ ଚଢି ହାଇଡ୍ରାମା କରିଥିଲ ମୁକ୍ତିକାନ୍ତ । ହୋର୍ଡିଂ ଉପରୁ ଡେଇଁ ଆତ୍ମହତ୍ୟା କରିବାର ଧମକ ଦେଇଥିଲେ । ତା ସହିତ ପୁଲିସ ଓ ଅଗ୍ନିଶମ ବାହିନୀଙ୍କୁ ଦଖିବା ପରେ ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇବାର ଧମକ ଦେଉଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ଲିଖିତ ଭାବେ ପ୍ରତିଶ୍ରୁତି ଦେଲେ ସେ ତଳକୁ ଓହ୍ଲାଇବେ ବୋଲି ଜିଦ୍ରେ ରହିଥିଲେ । ତା ପରେ ପୁଲିସ ଓ ତେବେ ଅଗ୍ନିଶମ ବାହିନୀର ୫ଘଂଟା ପରିଶ୍ରମ ପରେ ତାଙ୍କୁ ଉପରୁ ଉଦ୍ଧାର କରାଯାଇଥିଲା । ନିଆଁ ନଲାଗିବା ପାଇଁ ତାଙ୍କ ଉପରକୁ ପାଣି ମାଡ କରାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ୩ଜଣ ଅଗ୍ନିଶମ କର୍ମଚାରୀ ଓ ୩୦ ଜଣ କର୍ମଚାରୀ ସାମିଲ ହୋଇଥିଲେ ।