ଭାରତରେ ଚୀନ କରୋନା ଭ୍ୟାରିଏଣ୍ଟ! ଛିଙ୍କ , ମୁଣ୍ଡବିନ୍ଧା ପରି ପରି ୧୬ ଲକ୍ଷଣ ଦେଖାଗଲେ ହୋଇଯାଆନ୍ତୁ ଆଲର୍ଟ

301

କନକ ବ୍ୟୁରୋ: ଦୁନିଆଁର ଏକାଧିକ ଦେଶରେ ପୁଣିଥରେ କାୟା ବିସ୍ତାର କଲାଣି କରୋନା ଭ୍ୟାରିଏଣ୍ଟ । ଏହାର ମ୍ୟୁଟେସନ୍ କାରଣରୁ ଏହି ଭୂତାଣୁ ସଂକ୍ରମଣ ଦ୍ୱାରା ଲକ୍ଷଣ ମଧ୍ୟ ବଦଳିବାର ଲକ୍ଷ୍ୟ କରାଯାଉଛି । ଏବେ ଭାରତରେ ପହଞ୍ଚିଲାଣି କରୋନାର ବିଏଫ୍ -୭ ଭ୍ୟାରିଏଣ୍ଟ । ଜାଣିରଖନ୍ତୁ ଏହି ଭ୍ୟାରିଏଣ୍ଟର ଲକ୍ଷଣ…

କୋଭିଡ୍ -୧୯ ପୁଣିଥରେ ଚିନ୍ତା ବଢାଇଦେଇଛି । କିଛି ମାସର ଆଶ୍ୱସ୍ତି ପରେ ଏବେ ପୁଣି ଚୀନ ସହ ଜାପାନ, ଆର୍ଜେଣ୍ଟିନା, ଦକ୍ଷିଣ କୋରିଆ, ଆମେରିକା ଓ ବ୍ରାଜିଲରେ ଏହି ଭ୍ୟାରିଏଣ୍ଟ ବଢୁଥିବା ସୂଚନା ରହିଛି । ବିଏଫ୍ -୭ ଭ୍ୟାରିଏଣ୍ଟରେ ୪ ମାମଲା ଭାରତରେ ଦେଖାଯିବା ପରେ ସତର୍କ ହୋଇଛନ୍ତି ଭାରତ ସରକାର । ସଭାସମିତିରେ କରୋନା ପ୍ରୋଟୋକୋଲ ଅନୁସରଣ କରିବା କଡା ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

ତେବେ ଦେଖାଯାଇଥିବା ନୂଆ ଭ୍ୟାରିଏଣ୍ଟର ୧୬ଟି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବାକୁ ସୂଚନା ଦିଆଯାଇଛି ।ଏଗୁଡିକ ହେଉଛି:
ତଣ୍ଟି ଦରଜ
ଛିଙ୍କ
ନାକରୁ ପାଣି ବାହାରିବା
ଶୁଖିଲା କାଶ
ମୁଣ୍ଡବିନ୍ଧା
କଥା କହିବା ବେଳେ ସମସ୍ୟା
ମାଂସପେଶୀରେ ଯନ୍ତ୍ରଣା
ଗନ୍ଧ ବାରିନପାରିବା
କମ୍ପ ସହ ଭୀଷଣ ଜ୍ୱର
ଲଗାତାର କାଶ
ନିଶ୍ୱାସ ନେବାରେ ସମସ୍ୟା
ହଲିଆ ଲାଗିବା
ଭୋକ ନଲାଗିବା
ଡାଇରିଆ