ଅମ୍ବାନୀଙ୍କ ଘର କିଣିବା ସଉକ । ଦୁବାଇରେ ସବୁଠୁ ଦାମୀ ଘର କିଣିଲେ ଅମ୍ବାନୀ

1,570

କନକ ବ୍ୟୁରୋ : ମୁକେଶ ଅମ୍ବାନୀଙ୍କୁ କିଏ ବା ନଜାଣିଛି । ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ କଥା ଆସିଲେ ପ୍ରଥମେ ମୁକେଶ ଅମ୍ବାନୀଙ୍କ ନାଁ ହିଁ ଆସିଥାଏ । ଆଉ ବର୍ତ୍ତମାନ ମୁକେଶ ଅମ୍ବାନୀ ଦୁବାଇରେ ଏକ ବଡ ଡିଲ୍ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଗତ କିଛିଦିନ ତଳେ ୫ଜି ଇଣ୍ଟରନେଟ୍ ସେବାକୁ କିଣିଥିବା ବେଳେ ଭାରତର ସବୁଠୁ ଧନୀ ବ୍ୟକ୍ତି କୁହାଯାଉଥିବା ମୁକେଶ ଅମ୍ବାନୀ ଦୁବାଇରେ ସବୁଠୁ ଦାମୀ ଘର ସାଇଡ୍ ବିଲ୍ଲାକୁ କିଣିଛନ୍ତି । ଏଥିପାଇଁ ମୁକେଶ ଅମ୍ବନୀଙ୍କୁ ଖର୍ଚ୍ଚ କରିବାକୁ ପଡିଛି ୮୦ ମିଲିୟନ୍ ଡଲାର୍ । ଅର୍ଥାତ୍ ଭାରତୀୟ ମୁଦ୍ରାରେ ୬୩୯ କୋଟି ୯୬ ଲକ୍ଷ ୭୪୪ ହଜାର ୮୮୦ ଟଙ୍କାରୁ ଅଧିକ ମୂଲ୍ୟ ଦେଇ ଏହି ଘର କିଣିଛନ୍ତି ଅମ୍ବାନୀ । ମୁକେଶ ଅମ୍ବାନୀ ଏକମାତ୍ର ବ୍ୟକ୍ତି ଯିଏକି, ଦୁବାଇର ଏହି ସହରରେ ସବୁଠୁ ଅଧିକ ଦାମୀ ଘର କଣିପାରିଛନ୍ତି । ପ୍ରକାଶ ପାଇଥିବା ଏକ ରିପୋର୍ଟ ଆଧାରରେ, ‘ପାମ୍ ଜୁମେରାହ ବିଚ୍’ କୂଳରେ ଥିବା ଏହି ଘରକୁ ମୁକେଶ ଅମ୍ବାନୀ ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ପାଇଁ କିଣିଛନ୍ତି । ତେବେ ଅନନ୍ତ ଅମ୍ବାନୀ ୯୩.୩ ବିଲିୟନ ଡଲାର ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ତିନି ଉତ୍ତରାଧିକାରୀଙ୍କ ମଧ୍ୟରୁ ଅନନ୍ତ ଅମ୍ବାନୀ ଅନ୍ୟତମ । ସାନ ପୁଅଙ୍କ ଭଳି ବଡ ପୁଅ ଆକାଶ ଅମ୍ବାନୀଙ୍କ ପାଇଁ ଗତବର୍ଷ ବ୍ରିଟେନରେ ଷ୍ଟୋକ୍ ପାର୍କ ଲିମିଟେଡ୍ କିଣିବା ପାଇଁ ରିଲାଏନ୍ସ ୭୯ ମିଲିୟନ୍ ଡଲାର ଖର୍ଚ୍ଚ କରିଥିଲା । ଏଥିରେ ଏକ ଜର୍ଜିଆ ଯୁଗର ମହଲ ରହିଛି । ଯାହା ବଡପୁଅ ଆକାଶ ଅମ୍ବାନୀଙ୍କ ପାଇଁ କିଣାଯାଇଥିଲା ।

ସମୁଦ୍ର ତଟ ନିକଟରେ ଥିବା ଏହି ଦାମୀ ଘରେ ୧୦ଟି ବେଡରୁମ୍, ସ୍ପା, ଇନଡୋର୍ ଓ ଆଉଟଡୋର୍ ଡୋର୍, ବୁଲିବା ପାଇଁ ଗୋଲ୍ଡେନ୍ ବିଚ୍ ଭଳି ଅନେକ୍ ସୁବିଧା ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ସବୁଠୁ ଧନୀ ବ୍ୟକ୍ତିଙ୍କ ପାଇଁ ଦୁବାଇ ଏକ ପସନ୍ଦର ସ୍ଥାନ ପାଲଟିଯାଇଛି । ତେବେ ମୁକେଶ ଅମ୍ବାନୀ ଦୁବାଇଲେ ସମ୍ପତ୍ତି କାରବାର ପାଇଁ ଯେଉଁ ଡିଲ୍ କରିଛନ୍ତି, ତାକୁ ଗୁପ୍ତ ରଖାଯାଇଛି । ଏହାକୁ କଷ୍ଟମାଇଜ୍ କରିବା ଏବଂ ଏହାର ନିରାପତା ସୁନିଶ୍ଚିତ କରିବା ପାଇଁ ଅମ୍ବାନୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ।
କେବଳ ମୁକେଶ ଅମ୍ବାନୀ କାହିଁକି ଦୁବାଇର ଏହି ସହରରେ ବଲିଉଡର କିଙ୍ଗ ଖାନ୍ ମଧ୍ୟ ସମ୍ପତ୍ତି କିଣିବା ପାଇଁ ଡିଲ୍ କରିଥିବା ସୂଚନା ରହିଛି । ମୁକେଶ ଅମ୍ବାନୀଙ୍କ ପଡୋଶୀ ହେଲେ ସାହାରୁଖ ଖାନ୍ ।