ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ନାମରେ ଥାନାରେ ଅଭିଯୋଗ । ସ୍ତ୍ରୀଙ୍କୁ ମାରପିଟ୍ କରୁଥିବା ନେଇ ଥାନାରେ ରୁଜୁ ହେଲା ମାମଲା

1,541

କନକ ବ୍ୟୁରୋ : ଅନ୍ତର୍ଜାତୀୟ ପ୍ରେରଣାଦାୟୀ ପ୍ରବକ୍ତା ବା ମୋଟିଭେସନାଲ ସ୍ପିକଟର ବିବେକ ବିନ୍ଦ୍ରାଙ୍କ ବିରୋଧରେ ତାଙ୍କ ପତ୍ନୀ ଏକ ମାମଲା ରୁଜୁ କରିଛନ୍ତି । ପତ୍ନୀ ଅଭିଯୋଗ କରିଛନ୍ତି କି, ବିବେକ ବିନ୍ଦ୍ରା ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ବିବେକ ବିନ୍ଦ୍ରା ଜଣେ ୟୁଟ୍ୟୁବର ସହ ଜଣେ ବଡ ବ୍ୟବସାୟୀ ମଧ୍ୟ । ୨୦୨୩ ଡିସେମ୍ବର ୬ ତାରିଖରେ ସେ ୟାନିକାଙ୍କୁ ବିବାହ କରିଥିଲେ । ହେଲେ ବାହାଘରର ୧୪ ଦିନ ପରେ ପତ୍ନୀ ୟାନିକା ତାଙ୍କ ବିରୋଧରେ ମାଡପିଟ ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରିଛନ୍ତି । ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଡ.ବିବେକ ନିଜକୁ ଜଣେ ବ୍ୟବସାୟ ଗୁରୁ ଭାବେ ପ୍ରତିପାଦନ କରନ୍ତି ।

ବିବେକ ବିନ୍ଦ୍ରାଙ୍କ ଶଳା ବୈଭବ କବାତ୍ରା ନୋଏଡା ଥାନା ସେକ୍ଟର ୨୬ ରେ ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି କି, ତାଙ୍କ ଭଉଣୀଙ୍କ ବାହାଘର ଡିସେମ୍ବର ୬ ତାରିଖରେ ଲଲିତ ମାନଗର ହୋଟେଲରେ ବିବେକଙ୍କ ସହ ହୋଇଥିଲା । ହେଲେ ବାହାଘର ପରେ ବିବେକ ୟାନିକାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ଏହାସହ ବିବେକ ୟାନିକାଙ୍କୁ ମାରପିଟ୍ କରୁଥିବାର ଏକ ଭିଡିଓ ମଧ୍ୟ ଥାନାରେ ଦାଖଲ କରିଛନ୍ତି ବୈଭବ ।

ବୈଭବ ତାଙ୍କ ଅଭିଯୋଗରେ ଲେଖିଛନ୍ତି କି ବିବେକ ୟାନିକଙ୍କୁ ଏତେ ମାଡ ମାରିଛନ୍ତି କି, ତାଙ୍କ କାନକୁ ଶୁଣାଯାଉନାହିଁ । ଏବେ ୟାନିକାଙ୍କର ଚିକିତ୍ସା ଦିଲ୍ଲୀ ସ୍ଥିତ କୈଲାଶ ହସ୍ପିଟାଲରେ ଚାଲୁଛି ।