ପ୍ରେମବିବାହ ଉପରେ ସର୍ବୋଚ୍ଚ ନ୍ୟାୟଳୟଙ୍କ ବଡ ଟିପ୍ପଣୀ, କୋର୍ଟ କହିଲେ ପ୍ରେମ ବିବାହରେ ସବୁଠୁ ଅଧିକ ହେଉଛି ଛାଡପତ୍ର

447

କନକ ବ୍ୟୁରୋ : ପ୍ରେମ ବିବାହରେ ସବୁଠୁ ଅଧିକ ହେଉଛି ଛାଡପତ୍ର । ବୁଧବାର ଏକ ମାମଲାର ଶୁଣାଣୀ କରି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି ପ୍ରେମ ବିବାହରେ ହେଉଛି ସବୁଠୁ ଅଧିକ ଛାଡପତ୍ର । ସୁପ୍ରିମକୋର୍ଟ ଜଷ୍ଟିସ ବିଆର ଗୋଗାଇ ଓ ସଂଜୟ କରୋଲଙକ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି । କୋର୍ଟ ଦମ୍ପତିଙ୍କୁ ମଧ୍ୟସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ ବି ସ୍ୱାମୀ ଏହାକୁ ବିରୋଧ କରିଥିଲେ । ଏଥିସହ କୋର୍ଟ ଦମ୍ପତିଙ୍କୁ ଯୋଗ ଓ ଧ୍ୟାନ କରିବାକୁ ପରାର୍ମଶ ମଧ୍ୟ ଦେଇଛନ୍ତି । ଆଜିକାଲି ଦେଶରେ ବହୁ ବିବାହ ପ୍ରେମ ବିବାହ ହେଉଛି । ଏଭଳି ସମୟରେ କୋର୍ଟଙ୍କ ଏହି ଟିପ୍ପଣୀ ଇସାରା କରୁଛି ଆଗାମୀ ଦିନରେ ହୁଏତ ସର୍ମ୍ପକ ବଂଚାଇବାରେ ବିଶେଷ କିଛି ସଫଳ ହୋଇନପାରେ ପ୍ରେମ ବିବାହ