ଏସସିଓରେ ମୋଦୀ ଦେଲେ ନୂଆ ପ୍ରସ୍ତାବ । ବିଶ୍ୱ ମଞ୍ଚରେ ଭାରତର ମଡେଲ

230

କନକ ବ୍ୟୁରୋ : ଉଜବେକିସ୍ତାନର ସମରକନ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଆଭିମୁଖ୍ୟକୁ ରଖିଛନ୍ତି । ଏସସିଓରେ ସାମିଲ ଥିବା ଦେଶ ବିଶ୍ୱର ମୋଟ ଜନସଂଖ୍ୟାର ୪୦ ପ୍ରତିଶତ । ବିଶ୍ୱର ଆର୍ଥିକ ଯୋଗଦାନରେ ୩୦ ପ୍ରତିଶତ ଯୋଗଦାନ ରହିଛି । ଏସସିଓ ଦେଶମାନେ ଷ୍ଟାର୍ଟଟପ ଏବଂ ଫୁଡ ଫେଷ୍ଟିଭାଲ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ଭାରତକୁ ଉତ୍ପାଦନର ‘ହବ୍’ରେ ରୂପାନ୍ତର କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଚଳିତ ବର୍ଷ ଭାରତର ଅର୍ଥନୀତି ୭.୫% ବୃଦ୍ଧି ପାଇବ । ଭାରତର ପାରମ୍ପରିକ ଔଷଧ କ୍ଷେତ୍ରରେ ମଧ୍ୟ ସହଯୋଗିତା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ଡାକ୍ତରୀ ଓ ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ଭାରତ ହେଉଛି ସବୁଠୁ ଶସ୍ତା ଦେଶ । ତେଣୁ ପାରମ୍ପରିକ ଔଷଧ ନିମନ୍ତେ ‘ଏସସିଓ’ ଦେଶଗୁଡ଼ିକ ସହିତ ସହଯୋଗିତା ବୃଦ୍ଧି କରିବା ଉଚିତ ବୋଲି ମୋଦୀ କହିଛନ୍ତି ।

ଦେଶ ଦେଶ ମଧ୍ୟରେ ଯୋଗାଯୋଗ ଏବଂ ଗମନାଗମନ ବ୍ୟବସ୍ଥାକୁ ନେଇ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭାରତ-ପାକିସ୍ତାନ ବିବାଦ ପରେ ଦୁଇ ଦେଶ ମଧ୍ୟରେ ବିମାନ ସେବା ବନ୍ଦ ରହିଛି । ଏମିତିକି ଏୟାରବେସ ବ୍ୟବହାର କରିବାକୁ ଅନୁମତି ଦେଉନି ପାକିସ୍ତାନ । ଏବେ ସମାନ କଥାକୁ ପରୋକ୍ଷରେ କହି ମୋଦୀ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ଏହାଦ୍ୱାରା ପରସ୍ପର ବିଶ୍ୱାସ ଏବଂ ଆଂଚଳିକ ସ୍ତରରେ ଗୋଷ୍ଠୀ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେପଟେ ଆତଙ୍କବାଦକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଉଦବେଗ ପ୍ରକାଶ କରିଥିବା ଜଣାପଡିଛି । ଆଉ ଦେଶର ଆର୍ଥିକ ସ୍ଥିତି ଖରାପ କଥା କହିଛନ୍ତି ।

ସେପଟେ ଭାରତ-ପାକିସ୍ତାନ ଏବଂ ଭାରତ-ଚୀନ ବୈଠକ ହେବ ନାହିଁ ବୋଲି ସୂଚନା ମିଳିଛି ।