‘ମଙ୍କିଫକ୍ସ’କୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ ଲାଇନ ଜାରି , ବିଦେଶରୁ ଆସୁଥିବା ଲୋକଙ୍କୁ ଦେଲେ ଏଭଳି ପରାମର୍ଶ

204

କନକ ବ୍ୟୁରୋ : କରୋନା ପରେ ଏବେ ସାରା ବିଶ୍ୱରେ ବଢୁଛି ମଙ୍କିଫକ୍ସ ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି । ମନ୍ତ୍ରଣାଳୟର ଗାଇଡ ଲାଇନ ମୁତାବକ ବିଦେଶରୁ ଆସୁଥିବା ଲୋକମାନେ ନିଜ ଲୋକଙ୍କ ଠାରୁ କିଛି ଦିନ ଦୂରତା ରକ୍ଷା କରିବା ଆବଶ୍ୟକ । ଏହାସହ ମୃତ ଓ ରୋଗୀଣା ପଶୁ ପକ୍ଷୀଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

 

କହିରଖୁ କି ଗତ ଗୁରୁବାର ଦିନ କେରଳରେ ଜଣେ ବ୍ୟକ୍ତିଙ୍କ ଠାରେ ମଙ୍କିଫକ୍ସ ଚିହ୍ନଟ ହୋଇଥିଲା । ଏହି ବ୍ୟକ୍ତିଜଣଙ୍କ ବିଦେଶରୁ ଫେରିଥିଲେ । ମନ୍ତ୍ରଣାଳୟର କହିବା ମୁତାବକ ଏହାଏକ ସଂକ୍ରମିତ ରୋଗ । ଏଥିରେ ରୋଗୀଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥାଏ । ମଙ୍କିଫକ୍ସ ସାଧାରଣତ ମଧ୍ୟ ଓ ପଶ୍ଚିମ ଆଫ୍ରିକାରେ ଦେଖିବାକୁ ମିଳିଥାଏ । ୨୦୦୩ ମସିହାରେ ପ୍ରଥମଥର ପାଇଁ ମଙ୍କିଫକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ ।