ପାଣି ତଳେ ଟନେଲ : ଚାଲିବ ମେଟ୍ରୋ ଟ୍ରେନ; ଖର୍ଚ୍ଚ ହୋଇଛି ପ୍ରାୟ ୫ ହଜାର କୋଟି

302

କନକ ବ୍ୟୁରୋ : ପାଣି ତଳେ ଟନେଲ । ଚାଲିବ ମେଟ୍ରୋ ଟ୍ରେନ । ଭାରତରେ ଏଭଳି ସ୍ୱପ୍ନ ସାକାର ହେବାକୁ ଯାଉଛି । ହାୱଡାରୁ କୋଲକାତା ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଇବା ପାଇଁ ହୁଗୁଳି ନଦୀରେ କରାଯାଉଛି ସୁଡଙ୍ଗ ନିର୍ମାଣ । ଦେଶରେ ନଦୀ ଭିତରେ ଏଭଳି ଯୋଜନା ପ୍ରଥମ ବୋଲି କୁହାଯାଉଛି । କୋଲକାତା ମେଟ୍ରୋ ପ୍ରୋଜେକ୍ଟର ଦ୍ୱିତୀୟ ପର୍ପ୍ୟାୟ ଅନ୍ତର୍ଗତ ଏହି ସୁଡଙ୍ଗର ନିର୍ମାଣ ଜାପାନ ସହାୟତାରେ ଭାରତୀୟ ରେଳବାଇ ନିର୍ମାଣ କରୁଛନ୍ତି । ୨୦୨୩ର ଏହି ସୁଡଙ୍ଗର ନିର୍ମାଣ କାମ ସରିବ ।

ଯାତ୍ରୀମାନେ ଏହାଦ୍ୱାରା ନୂଆ ଯାତ୍ରାର ଅନୁଭବ ପାଇବେ । ଏକ ମିନିଟରୁ କମ ସମୟ ମଧ୍ୟରେ ଲୋକେ ଅଧ କିଲୋମିଟର ପାଣି ଭିତରେ ଯିବେ । ନଦୀ ଭିତରେ ସୁଡଙ୍ଗ ବନାଯିବା କାମ ପ୍ରଥମ ବୋଲି କୁହାଯାଉଛି । ୧୨୦ ବର୍ଷ ପାଇଁ ଏଭଳି ଦୁଇଟି ସୁଡଙ୍ଗ ନଦୀ ଭିତରେ ତିଆରି କରାଯାଇଛି । ପାଣିର ଗୋଟିଏ ବି ବୁନ୍ଦା ସୁଡଙ୍ଗ ଭିତରେ ପ୍ରବେଶ କରିପାରିବ ନାହିଁ । ଦୁଇଟି ସୁଡଙ୍ଗର ଲମ୍ବ ହେଉଛି ୫୨୦ ମିଟର । ଏଥିପାଇଁ ପ୍ରାୟ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଟନେଲର ଉଭୟ ପଟେ ଯାତ୍ରୀଙ୍କ ଜରୁରୀକାଳୀନ ପ୍ରସ୍ଥାନ ପାଇଁ ବ୍ୟବସ୍ଥା ରହିବ । ଭେଂଟିଲେସନ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ବି କରାଯିବ ।

ପାଣି ତଳେ ମେଟ୍ରୋ : –

– କୋଲାକାତାରେ ପାଣିତଳେ ଚାଲିବ ମେଟ୍ରୋ ନିର୍ମାଣ
– ଦେଶରେ ନଦୀ ଭିତରେ ଏଭଳି ଯୋଜନା ପ୍ରଥମ
– ହୁଗୁଳି ନଦୀରେ ତିଆରି ହେଉଛି ଟନେଲ
– ହାୱଡାରୁ କୋଲାକାତା ମଧ୍ୟରେ ଚାଲିବ ମେଟ୍ରୋ
– କୋଲକାତା ମେଟ୍ରୋ ପ୍ରୋଜେକ୍ଟର ଲମ୍ବା ୧୬. ୬ କିଲୋମିଟର
– ସଲ୍ଟଲେକ ଷ୍ଟାଡିୟମରୁ ହାୱାଡା ଯାଏଁ ଲମ୍ବିଛି ପ୍ରୋଜେକ୍ଟ
– ନଦୀ ଭିତରେ ଦୁଇଟି ସୁଡଙ୍ଗର ଲମ୍ବା ୫୨୦ ମିଟର
– ଯାତ୍ରୀମାନେ ପାଇବେ ନୂଆ ଯାତ୍ରାର ଅନୁଭବ
– ଯାତ୍ରୀମାନେ ପ୍ରାୟ ଅଧାକିଲୋମିଟର ପାଣି ଭିତରେ ଯିବେ
– ୧୨୦ ବର୍ଷ ପାଇଁ ଏଭଳି ଦୁଇଟି ସୁଡଙ୍ଗ ନଦୀ ଭିତରେ ତିଆରି ନିର୍ମାଣ କରାଯାଇଛି
– ପାଣିର ଗୋଟିଏ ବି ବୁନ୍ଦା ଟନେଲ ଭିତରେ ପଶିପାରିବ ନାହିଁ
– ଟନେଲ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୫ ହଜାର କୋଟି
– ନଦୀର ୩୦ ମିଟର ତଳେ ନିର୍ମାଣ ହେଉଛି ଏହି ଟନେଲ
– ୨୦୨୩ରେ କାର୍ଯ୍ୟକ୍ଷମ ହେବ ଟନେଲ
– ୮୦ କିଲୋମଟିର ପ୍ରତି ଘଂଟାରେ ଚାଲିବ ମେଟ୍ରୋ
– ପ୍ରତ୍ୟେକ ଦିନ ୯ ଲକ୍ଷ ଲୋକ ଯାତ୍ରା କରିପାରିବେ
– ଋଷ ଓ ଥାଇଲାଣ୍ଡ ବିଶେଜ୍ଞଙ୍କ ସହାୟତା ନିଆଯାଇଛି
– ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ଟନେଲ
– ପାଣି ସୁଡଙ୍ଗ ଭିତରେ ପ୍ରବେଶ ନ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ସହାୟତା ନିଆଯାଇଛି
– ୩ ସ୍ତରର ସୁରକ୍ଷା କବଚ ତିଆରି କରାଯାଇଛି ।
– ଯାତ୍ରୀଙ୍କ ପାଇଁ ଜରୁରୀକାଳୀନ ପ୍ରସ୍ଥାନ ବ୍ୟବସ୍ଥା ରହିଛି
– ଭେଂଟିଲେସନ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ବି କରାଯାଇଛି