ସୀମାରେ ଉତେଜନା ଭିତରେ ସରକାରଙ୍କ ବଡ ନିଷ୍ପତ୍ତି: ୧୨୦ଟି ବାଲାଷ୍ଟିକ ମିଜାଇଲ କିଣିବା ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରାଳୟର ମଞ୍ଜୁରୀ

145

କନକ ବ୍ୟୁରୋ: ଚୀନ ସହ ସୀମାରେ ଉତେଜନା ଭିତରେ ବଡ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର । ସୀମା ସୁରକ୍ଷା ପାଇଁ ୧୨୦ଟି ପ୍ରଳୟ ବାଲାଷ୍ଟିକ ମିଜାଇଲ କିଣିବା ପ୍ରସ୍ତାବକୁ ମଂଜୁର କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ସେନାରେ ସାମିଲ ହେବା ପରେ ପ୍ରଳୟ କ୍ଷେପଣାସ୍ତ୍ରକୁ ଚୀନ ସୀମାରେ ନିୟୋଜତ କରାଯିବ ବୋଲି ସୂଚନା ମିଳିଛି । ଆଉ ପ୍ରଥମ ଥର ବାଲାଷ୍ଟିକ ମିଜାଇଲକୁ ସାମରିକ ଅଭିଯାନରେ ବ୍ୟବହାର କରିବ ଭାରତୀୟ ସେନା । ଏହି କ୍ଷେପଣାସ୍ତ୍ରଗୁଡିକ ୧୫୦ କିଲୋମିଟରରୁ ୫ଶହ କିଲୋମିଟର ଦୂରେ ଥିବା ଶତ୍ରୁପକ୍ଷ ଶିବିରକୁ ଧ୍ୱଂସ କରିବାକୁ ସକ୍ଷମ । ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାର କହିଛନ୍ତି, ଦିବଙ୍ଗତ ଜେନେରାଲ ବିପିନ ରାୱତ ।