ଆପୋଲୋ ହସ୍ପିଟାଲର ଅପରେସନ୍ ଥିଏଟରରେ ମନ୍ତ୍ରୀ ନବ ଦାସ । ଅବସ୍ଥା ଗୁରୁତର ଥିବା ସୂଚନା ।

5,573

କନକ ବ୍ୟୁରୋ: ଆପୋଲୋ ହସ୍ପିଟାଲର ଅପରେସନ୍ ଥିଏଟରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଗୁଳିମାଡ ପରେ ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ମିଳିଥିବା ସୂଚନା ମୁତାବକ, ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ଆପୋଲୋ ହସ୍ପିଟାଲ ସହିତ ଏସସିବି ଓ କ୍ୟାପିଟାଲ ହସ୍ପିିଟାଲର ଡାକ୍ତର ଓ ରାଜ୍ୟର ସ୍ପେଶିଆଲିଷ୍ଟ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ମଧ୍ୟାହ୍ନ ସମୟରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରାଯାଇଥିଲା । ଗାନ୍ଧୀ ଛକ ଫାଣ୍ଡିର ଏଏସଆଇ ଗୋପାଳ ଦାସ ତାଙ୍କୁ ସାମ୍ନାରୁ ଗୁଳିମାଡ କରିଥିଲେ । ତେବେ ସେ କାହିଁକି ମନ୍ତ୍ରୀଙ୍କୁ ଗୁଳିମାଡ କରିଥିଲେ ସେ ନେଇ କୌଣସି ସୂଚନା ମିଳିପାରିନି । ଗୋପାଳ ଦାସଙ୍କୁ କାବୁ କରି ପୋଲିସ ପଚାରଉଚୁରା କରୁଛି । ତେବେ ସବୁଠାରୁ ବଡ କଥା ହେଲା ଘଟଣାସ୍ଥଳରେ ୪ରୁ ୫ ରାଉଣ୍ଡ ଗୁଳି ଫୁଟିଥିବାବେଳେ, ମନ୍ତ୍ରୀଙ୍କ ଦେହରେ ଗୁଳି ବାଜିଛି ।

ଗୁଳିମାଡ ପରେ ନବ ଦାସଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା । ପାଖାପାଖି ୩ଟା ୫ ସମୟରେ ଆମ୍ବୁଲାନ୍ସ ବିମାନବନ୍ଦରରୁ ବାହାରିଥିଲା । ଏବଂ ୩ଟା ୧୨ ବେଳକୁ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିଲା । ସ୍ୱତନ୍ତ୍ର ଗ୍ରୀନ୍ କରିଡରରେ ତାଙ୍କୁ ହସ୍ପିଟାଲ ପହଞ୍ଚାଯାଇଥିଲା । ମନ୍ତ୍ରୀ ନବ ଦାସ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡିର ତମାମ ନେତା ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲେ ।