ଦେଶପାଇଁ ଜିନ୍ନାଙ୍କ ଠାରୁ ବିଜେପି ଅଧିକ ବିପଦ ବୋଲି କହିଲେ ମେହବୁବା ମୁଫତି, ଜାଣନ୍ତୁ କାହିଁକି ?

516

କନକ ବ୍ୟୁରୋ : ପୁଣିଥରେ ବିଜେପି ଉପରେ ବର୍ଷିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି । ସେ କହିଛନ୍ତି କି, ଜିନ୍ନା ଥରେ ଦେଶ ବିଭାଜନ କରିଥିବା ବେଳେ ପୁଣିଥରେ ଦେଶକୁ ବିଭାଜିତ କରିବାକୁ ବିଜେପି ଚେଷ୍ଟା କରୁଛି । ଏହାସହ ସେ କହିଛନ୍ତି କି ପୁଣିଥରେ ଦେଶରେ ଗଡସେଙ୍କ ଦ୍ୱାରା ଗାନ୍ଧୀଜୀଙ୍କୁ ହତ୍ୟା କରିବାକୁ ଦିଆଯିବ ନାହିଁ ବୋଲି ମୁଫ୍ତି କହିଛନ୍ତି । ଅନ୍ୟପଟେ ମନ୍ଦିର ନିର୍ମାଣକୁ ନେଇ ମୁଫ୍ତି କହିଛନ୍ତି କି ମନ୍ଦିର ନିର୍ମାଣ କରିବା କାମ ଲୋକଙ୍କର ହେଲେ ସରକାର ପ୍ରାୟୋଜିତ ଭାବେ ମନ୍ଦିର କାହିଁକି ନିର୍ମାଣ କରୁଛନ୍ତି ବୋଲି ସେ ବିଜେପିକୁ ପ୍ରଶ୍ନ କରିଛନ୍ତି ।

ସେପେଟ ବିଜେପି ସରକାର ଦ୍ୱାରା ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ମତ ରଖିଛନ୍ତି ମେହବୁବା । ସେ କହିଛନ୍ତି କି ବିଜେପି ଜାଣିଶୁଣି ଜମ୍ମୁ-କାଶ୍ମୀରକୁ ବର୍ବାଦ କରିବାକୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି । ଲୋକଙ୍କୁ ମାସକୁ ୫ କେଜି ରାସନ ଦେଇ ମୋଦୀ ଭଗବାନ ହେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମେହବୁବା ।

କହିରଖୁ କି ସିନେମା କାଶ୍ମୀର ଫାଇଲକୁ ନେଇ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ବିଜେପି ଉପରେ ଆକ୍ରମଣ କରିଛନ୍ତି । ସେ ଏକ ଟ୍ୱିଟ କରି କହିଥିଲେ କି ବିଜେପି ସରକାର ଯେଭଳି ଭାବେ କାଶ୍ମୀର ଫାଇଲ ଫିଲ୍ମକୁ ପ୍ରମୋଟ କରୁଛନ୍ତି ଓ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଅସ୍ତ୍ର କରି ଦେଶରେ ସଂପ୍ରଦାୟିକ ଦଙ୍ଗା କରିବାକୁ ବିଜେପି ପୁଣିଥରେ ଚେଷ୍ଟା କରୁଥିବା କଥା କହିଛନ୍ତି ମୁଫତି ।