ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବାକୁ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ । ପୋଲିସ କମିଶନର ଓ କ୍ରାଇମବ୍ରାଞ୍ଚ ଏଡିଜି ବୈଠକରେ ଉପସ୍ଥିତ

145

କନକ ବ୍ୟୁରୋ : ଏସସିବିରୁ ଗ୍ୟଙ୍ଗଷ୍ଟାର ହାଇଦର ଫେରାର୍ ଘଟଣା । ହାଇଦରକୁ ଧରିବାକୁ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ପୋଲିସ କମିଶନର ସୌମେନ୍ଦ୍ର ପିୟଦର୍ଶୀ ସହ କେନ୍ଦ୍ରାଞ୍ଚଳ ଡିଆଇଛି ଓ କ୍ରାଇମବ୍ରାଞ୍ଚ ଏଡିଜି ବୈଠକରେ ସାମିଲ ହୋଇଛନ୍ତି ।

ଅନ୍ୟପଟେ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ଚାଂଚଲ୍ୟକର ଖବର । ବିଶ୍ୱସ୍ତ ସ୍ୱତ୍ରରୁ ମିଳିଥିବା ସୂଚନା ଅନୁସାରେ ହାଇଦର ଫେରାର ପଛରେ ରହିଛି କଟକ ସହଯୋଗୀଙ୍କ ଲିଙ୍କ । କଟକର ଜଣେ ସହଯୋଗୀ ହାଇଦରକୁ ଫେରାର କରିବାରେ ସହଯୋଗ କରିଥିବା ସୂଚନା ମିଳିଛି । ବଡ଼ କଥା ହେଉଛି ହାଇଦର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଲୁଚି ଛପି ଫୋନ ବ୍ୟବହାର କରୁଥିଲା । ଆଉ ଏହି ଫୋନ ସହାୟତାରେ ସହଯୋଗୀଙ୍କ ଯୋଗାଯୋଗରେ ଥିଲା । ଏହା ପରେ ସହଯୋଗୀ ହାଇଦରଙ୍କୁ ଫେରାର ହୋଇଥିବାରେ ସାହାର୍ଯ୍ୟ କରିଥିବା ସୂଚନା ମିଳିଛି ।

କହିରଖୁ କି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ୨ ଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ଜେଲରେ ଆଜୀବନ କଏଦୀ ଭାବେ ବନ୍ଦୀ ହୋଇଥିଲା । ମାତ୍ର ତା’ର ଦେହ ଅସୁସ୍ଥ ହେବାକୁ ତାକୁ ପ୍ରଥମେ ବୁର୍ଲା ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା । ଗତକାଲି ସେ ଏସସିବି ମେଡିକାଲରୁ ଫେରାର୍ ହୋଇଯାଇଥିଲା ।