ସୋମବାର ମାଟ୍ରିକ ଇଂରାଜୀ ପରୀକ୍ଷା । କେମିତି ରଖିବେ ଭଲ ନମ୍ବର? ଟିପ୍ସ ଦେଲେ ଅଭିଜ୍ଞ ଶିକ୍ଷକ

144

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ପ୍ରଥମ ଦିନରେ ପିଲାଙ୍କର ପରୀକ୍ଷା ଭଲ ହୋଇଛି କିନ୍ତୁ ଅସଲ ପରୀକ୍ଷା ହେବ ସୋମବାର । ସେଦିନ ଅଛି ଇଂରାଜୀ ପରୀକ୍ଷା । ଓଡିଆ ସ୍କୁଲର ପିଲାଙ୍କ ପାଇଁ ଇଂରାଜୀ ପରୀକ୍ଷା ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେବେ କଣ କଲେ ଇଂରାଜୀ ପରୀକ୍ଷାରେ ଭଲ କରିପାରିବେ ଦେଖନ୍ତୁ…

  • ସୋମବାର ‘ମାଟ୍ରିକ’ ଇଂରାଜୀ ପରୀକ୍ଷା
  • କେମିତି କରିବେ ପ୍ରସ୍ତୁତି.. ପରାମର୍ଶ ଦେଲେ ଶିକ୍ଷକ

ମାଟ୍ରିକ ବୋର୍ଡ ପରୀକ୍ଷା କ୍ୟାରିୟରର ପ୍ରଥମ ସୋପାନ । ଯାହାକୁ ଅତି ଗୁରୁତର ସହ ନେଇଥାନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ମାତୃଭାଷା ପରୀକ୍ଷା ସରିଥିବା ବେଳେ ସୋମବାର ଦିନ ରହିଛି ଇଂରାଜୀ ପରୀକ୍ଷା । ଏହା ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ କିପରି ପ୍ରସ୍ତୁତି କରିବେ, ସମସ୍ତଙ୍କର ଚିନ୍ତା ରହିଥାଏ । ତେବେ ଦୁଇଟି ପରୀକ୍ଷା ମଧ୍ୟରେ ଥିବା ସମୟକୁ ଠିକ୍ ଭାବେ ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଅଭିଜ୍ଞ ଶିକ୍ଷକ ।

ଇଂରାଜୀ ପରୀକ୍ଷା ପାଇଁ ପରାମର୍ଶ

  • ମଝିରେ ୨ ଦିନ ଥିବାରୁ ପଢ଼ିଥିବା ପାଠକୁ ଆଉ ଥରେ ଭଲ ଭାବେ ରିଭିଜନ୍ କରିହେବ
  • ସିଲାବସ୍ ଅନୁଯାୟୀ ରିଭିଜନ କରିବାକୁ ହେବ
  • ପୂର୍ବ ବର୍ଷଗୁଡିକର ପ୍ରଶ୍ନପତ୍ର ଅନୁଯାୟୀ ପ୍ରସ୍ତୁତି କରିବେ

ପରୀକ୍ଷା ହଲରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତି ପରୀକ୍ଷା ଫଳକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ । ତେଣୁ ଚାପଗ୍ରସ୍ତ ନହୋଇ ପ୍ରଥମେ କେଉଁ ପ୍ରଶ୍ନର ଉତ୍ତର ରଖିବେ, ଏ ନେଇ ପରାମର୍ଶ ଦେଇଛନ୍ତି ଶିକ୍ଷକ ।

ଇଂରାଜୀ ପରୀକ୍ଷା ପାଇଁ ପରାମର୍ଶ

  • ପ୍ରଶ୍ନପତ୍ର ପାଇବା ପରେ ବିନା ଚାପରେ ପ୍ରଶ୍ନଗୁଡିକୁ ଭଲ ଭାବେ ପଢ଼ିବେ
  • ପ୍ରଥମେ ଅବଜେକ୍ଟିଭ୍ ବା ସଂକ୍ଷିପ୍ତ ପ୍ରଶ୍ନର ପ୍ରଥମେ ଉତ୍ତର ଲେଖିବେ
  • ପ୍ରଶ୍ନର କ୍ରମିକ ନମ୍ବର ନଦେଖି, ଯେଉଁ ପ୍ରଶ୍ନ ସହଜ, ତା’ର ଉତ୍ତର ଆଗ ଲେଖିବେ
  • ପୂର୍ବରୁ ଅଧିକ ଅଭ୍ୟାସ କରିଥିବା ପ୍ରଶ୍ନର ଉତ୍ତର ଲେଖିବା ସହଜ ହେବ
  • ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ମଧ୍ୟ ସେହି ଅନୁଯାୟୀ ଦେବେ
  • ଉତ୍ତର ଲେଖିବା ପରେ ପୁଣିଥରେ ତାକୁ ଭଲ ଭାବେ ପଢ଼ିବେ
  • ଭାଷା ପରୀକ୍ଷା ହୋଇଥିବାରୁ ବନାମ ନିର୍ଭୁଲ ଲେଖିବାକୁ ହେବ
  • ଅକ୍ଷର ଉପରେ ମଧ୍ୟ ନଜର ଦେବାକୁ ପଡ଼ିବ

ଭଲ ଭାବେ ପ୍ରସ୍ତୁତି ଓ ଚାପମୁକ୍ତ ହୋଇ ପରୀକ୍ଷା ଦେଲେ ଭଲ ନମ୍ବର ରଖିବାକୁ ସକ୍ଷମ ହେବେ କହିଛନ୍ତି ବରିଷ୍ଠ ଶିକ୍ଷକ ।