ୟୁକ୍ରେନ ଉପରେ ରୁଷର ସବୁଠୁ ବଡ ମିସାଇଲ ଆକ୍ରମଣ । ୧୦ ପ୍ରାନ୍ତରେ ୮୦ ମିସାଇଲ ମାଡ କଲା କ୍ରେମଲିନ ଘଟଣାରେ ୧୧ଜଣଙ୍କ ମୃତ୍ୟୁ

177

କନକ ବ୍ୟୁରୋ : ଆକ୍ରୋଶିତ ରୁଷର ଆଖିବୁଜା ଆକ୍ରମଣ । ୟୁକ୍ରେନ ଉପରେ ଘମାଘୋଟ ମିସାଇଲ ମାଡ କରିଛି କ୍ରେମଲିନ ବୁଧବାର ସାରା ରାତି ୟୁକ୍ରେନର ପ୍ରମୁଖ ଅଂଚଳ ଗୁଡିକାରେ ରୁଷିଆ ଆକ୍ରମଣ କରିଛି । ଯେଉଁଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୟୁକ୍ରେନର ୧୦ଟି ଅଂଚଳରେ ରୁଷ ପ୍ରାୟ ୮୦ଟି ମିସାଇଲ ମାଡ କରିଛି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି କହିଛନ୍ତି ଏପର୍ଯ୍ୟନ୍ତ ଏହା ସବୁଠୁ ବଡ ମିସାଇଲ ଆକ୍ରମଣ ଅଟେ । ଏହା ପୂର୍ବରୁ ଗତ ସପ୍ତାହରେ ରୁଷିଆର କେତେକ ପ୍ରମୁଖ ସ୍ଥାନରେ ଡ୍ରୋନରେ ଆକ୍ରମଣ କରିଥିଲା ୟୁକ୍ରେନ । ଏବେ ପୁଟୀନ ବାହୀନି ଏହାର ପ୍ରତିଶୋଧ ନେଇଛି ବୋଲି କୁହାଯାଉଛି । ୟୁକ୍ରେନ ଉପରେ ରୁଷିଆର ଲଗାତର ଆକ୍ରମଣ ଜାରି ରହିଛି । ଗତ ବର୍ଷ ଫେବୃୟାରୀ ମାସରୁ ୟୁକ୍ରେନକୁ ଦଖଲ କରିବା ପାଇଁ ରୁଷିଆ ତାର ଆକ୍ରମଣ ଜାରି ରଖିଛି । ଏହାରି ଭିତରେ ୟୁକ୍ରେନ ଉପରେ ଲଗାତର ଭାବେ ପ୍ରଚଣ୍ଡ ମିଜାଇଲ ଆକ୍ରମଣ କରିଛି ପୁଟୀନ ବାହୀନି ।