ଋଷିଆ ଏବଂ କ୍ରିମିଆ ସୀମାରେ ବଡଧରଣର ବିସ୍ଫୋରଣ। ମାଲବାହୀ ଟ୍ରେନରେ ଭୟଙ୍କର ବିସ୍ଫୋରଣ।

164

କନକ ବ୍ୟୁରୋ: ଋଷ ଏବଂ କ୍ରିମିଆକୁ ଯୋଡୁଥିବା ବ୍ରିଜରେ ବିସ୍ଫୋରଣ ହୋଇଛି । ଋଷ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଦୁଇ ଦେଶକୁ ଯୋଡୁଥିବା ଏହି ମୁଖ୍ୟ ବ୍ରିଜରେ ଶନିବାର ବିସ୍ଫୋରଣ ହୋଇଛି । ମାଲବାହୀ ଟ୍ରେନର ଫ୍ୟୁଏଲ ଟ୍ୟାଙ୍କରେ ବିସ୍ଫୋରଣ ହୋଇଥିଲା । ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

ବିସ୍ଫୋରଣ ପରେ ରେଳ ବ୍ରିଜ ଏବଂ ସଡକରେ ଯାତାୟତକୁ ରୋକିଦିଆଯାଇଛି । ୨୦୧୮ରେ ଏହି ବ୍ରିଜର ଶୁଭାରମ୍ଭ ହୋଇଥିଲା । ଏହା ଖୋଲିବା ପରେ କ୍ରିମିଆରୁ ଋଷକୁ ପରିବହନ ସହଜ ହୋଇଥିଲା