ଉନ୍ମୋଚନ ହେଲା ବାୟୁସେନାର ନୂଆ ୟୁନିଫର୍ମ, ପ୍ରତିଷ୍ଠା ଦିବସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

126

କନକ ବ୍ୟୁରୋ: ଭାରତୀୟ ବାୟୁସେନା ଶନିବାର ନିଜର ୯୦ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଚଣ୍ଡିଗଡରେ ଏହି ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଅବସରରେ ଭାରତୀୟ ବାୟୁସେନାର ନୂଆ ୟୁନିଫର୍ମର ଉନ୍ମୋଚନ କରାଯାଇଛି । ଅନେକ ବିଶେଷତା ରଖୁଥିବା ଏହି ୟୁନିଫର୍ମ ଡିଜିଟାଲ କମ୍ବାର୍ଟ ୟୁନିଫର୍ମ ଭାବେ ପରିଚିତ ।

ଭାରତୀୟ ବାୟୁସେନାର ୯୦ ତମ ପ୍ରତିଷ୍ଠା ଦିବସରେ ଚଣ୍ଡିଗଡରେ ଏୟାର ସୋ ପ୍ରଦର୍ଶନ କରାଯାଇଛି । ପ୍ରଥମ ଧର ପାଇଁ ରାଜଧାନୀ ଦିଲ୍ଲୀ ବାହାରେ ବାର୍ଷିକ ପରେଡ ଅନୁଷ୍ଠିତ ହୋଇଥାଏ ।