କଳାହାଣ୍ଡିରୁ କେମିତି ଆସି ଅର୍ଚ୍ଚନା ବନିଲେ କଳାସାମ୍ରାଜ୍ୟର ମାଲିକାଣୀ। ପଛରେ ରହିଛି କାହାର ହାତ?

3,161

କନକ ବ୍ୟୁରୋ: ରାଜଧାନୀରେ ହନିଟ୍ରାପ ଚଳାଇଥିବା ଅର୍ଚ୍ଚନା ନାଗଙ୍କ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । କଳାହାଣ୍ଡିରୁ କେମିତି ଆସି କଳାସାମ୍ରାଜ୍ୟର ମାଲିକାଣୀ ବନିଥିଲେ ଅର୍ଚ୍ଚନା । ତାଙ୍କ ପଛରେ କାହାର ହାତ ରହିଛି । ପୁଲିସ ଜବତ କରିଥିବା ପେନଡ୍ରାଇଭ ଓ ମୋବାଇଲରେ କେଉଁ ବିଶିଷ୍ଟ ବ୍ୟକ୍ତିଙ୍କର ରହିଛି ଭିଡିଓ । ସାମ୍ନାକୁ ଆସିବ କି ସତ । ଏମିତି ଅନେକ ପ୍ରଶ୍ନ ଉଠିଛି । ଓଡ଼ିଶାରେ ହନିଟ୍ରାପ କରୁଥିବା ଅର୍ଚ୍ଚନା ନାଗଙ୍କୁ କମିଶନରେଟ ପୁଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି । ଏଥିପାଇଁ କମିଶନରେଟ ପୁଲିସ କୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି ।

ଅର୍ଚ୍ଚନା ନାଗକୁ ପୁଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ । ଖାଲି ସେତିକି ନୁହେଁ ତାଙ୍କ ପାଖରୁ ଜବତ ହୋଇଥିବା ପେନଡ୍ରାଇଭରୁ ଅଧିକ ତଥ୍ୟ ହାସଲ କରୁଛି ପୁଲିସ । ଏହାସହ ତାଙ୍କ ଲ୍ୟାପଟପରେ ଥିବା ତଥ୍ୟକୁ ନେଇ ବି ଖୋଳତାଡ କରିବ ପୁଲିସ । ବିଶେଷକରି କେଉଁମାନଙ୍କୁ ବ୍ଲାକମେଲ କରି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ସେମାନଙ୍କ ଠାରୁ ତେତେ ଟଙ୍କା ଲୁଟିଛନ୍ତି, ସେ ନେଇ ଅଧିକ ଖୋଳତାଡ କରିବ ପୁଲିସ ।