ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ କାମ କରିବା ଓ ଏହା ବାବଦରେ ଅଧିକ ଦରମା ନେବା ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ସରକାରୀ କର୍ମଚାରୀଙ୍କ ପାଇଁ କହିଲେ ଏଭଳି କଥା

4,182

କନକ ବ୍ୟୁରୋ : ସରକାରୀ କର୍ମଚାରୀମାନଙ୍କ ଓଭର ଟାଇମ୍ ଡ୍ୟୁଟିକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି କି, ସରକାରୀ କର୍ମଚାରୀମାନେ ଓଭରଟାଇମ ଆଲାଉନ୍ସର ହକଦାର ନୁହଁନ୍ତି । ଏହା ସହାୟତା କାଟାଗୋରୀ ଭିତରେ ଆସୁନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପରି ସରକାରୀ କର୍ମଚାରୀମାନେ ବେତନ କମିଶନ ସଂଶୋଧନର ସୁବିଧା ପାଇବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଉଥିବାରୁ ସେମାନେ ଉଭର ଟାଇମ ଆଲାଉନ୍ସ ପାଇବାକୁ ହକଦାର ନୁହଁନ୍ତି ।

କୋର୍ଟ କହିଛନ୍ତି କି ଓଭର ଟାଇମ କାର୍ଯ୍ୟ ଭତ୍ତା ଦାବି କରିବା ନିୟମ ଅନୁଯାୟୀ ନୁହେଁ, ଯେଉଁ କାରଣରୁ ଏହା ଦାବି କରାଯାଇପାରିବ ନାହିଁ । ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମିଟିଂ କର୍ପୋରେସନ ଅଫ୍ ଇଣ୍ଡିଆ ଏବଂ ଏହାର କର୍ମଚାରୀଙ୍କ ମଧ୍ୟରେ ଓଭର ଟାଇମ ଭତ୍ତା ସଂପର୍କରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।

ବିଚାରପତି ଜଷ୍ଟିସ ଭି. ରାମାସୁବ୍ରମଣ୍ୟମ ଓ ଜଷ୍ଟିସ ପଙ୍କଜ ମିତ୍ତଲଙ୍କ ଖଣ୍ଡପୀଠ କହିଛନ୍ତି କି, କାରଖାନା ଓ ଶିଳ୍ପ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ଭଳି ସିଭିଲ ପଦବୀ, ରାଜ୍ୟ ସିଭିଲ ଏବଂ କୌଣସି ସରକାରୀ କର୍ମଚାରୀମାନେ ନିୟମ ଅନୁଯାୟୀ ସରକାରଙ୍କ ନିୟନ୍ତ୍ରଣରେ ରହିବା ଉଚିତ୍ । ଏହି କର୍ମଚାରୀମାନେ ଓଭରଟାଇମ୍ ଭତ୍ତା ଦାବି କରିପାରିବେ ନାହିଁ ।

ସେପଟେ ବମ୍ବେ ହାଇକୋର୍ଟ ଏକ ସମାନ ମାମଲାର ଶୁଣାଣି କରି ନିଗମ କର୍ମଚାରୀମାନେ ଉଭରଟାଇମ ଭତ୍ତା ପାଇବାକୁ ହକଦାର ବୋଲି କହିଥିଲେ । ଏହା ଉପରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଦେଇଥିବା ଆଦେଶକୁ ସୁପ୍ରିମକୋର୍ଟର ଏହି ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ଏହି ନିୟମକୁ ଉଲ୍ଲେ୍ଖ କରି ଖଣ୍ଡପୀଠ କହିଛନ୍ତି କି, ବାସ୍ତବରେ କର୍ମଚାରୀଙ୍କ ପାଇଁ ଓଭରଟାଇମ୍ ଭତ୍ତା ପ୍ରଦାନ ପାଇଁ କୌଣସି ସୁଯୋଗ ନାହିଁ ।