ବିମୁଦ୍ରାକରଣ ନେଇ ମନମୋହନଙ୍କ କଡା ସମାଲୋଚନା : କହିଲେ, ପରିଚାଳନାରେ ହୋଇଛି ବିରାଟ ବିଫଳତା

23

କନକ ବ୍ୟୁରୋ : ବିମୁଦ୍ରାକରଣ ନେଇ ସାରା ଦେଶରେ ଆଶା-ଆଶଙ୍କାର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏହି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ବିମୁଦ୍ରାକରଣର ଉଦ୍ଦେଶ୍ୟକୁ ନେଇ ସେ ଅରାଜି ନୁହନ୍ତି, କିନ୍ତୁ ଯେଭଳି ପୁରା ପ୍ରକ୍ରିୟାକୁ ପରିଚାଳନା କରାଗଲା, ତାହା ବିଫଳତାର ସ୍ମାରକୀ ହୋଇ ରହିବ ।

ମନମୋହନ ପ୍ରଶ୍ନ କରିଥିଲେ, ଏମିତି କୌଣସି ଦେଶ ନାହିଁ ଯେଉଁଠାରେ ଲୋକ ଜମା କରିଥିବା ଟଙ୍କା ଉଠାଇବାକୁ ସରକାର ବାରଣ କରିବେ । ଏହି ପଦକ୍ଷେପ ସାଧାରଣ ଲୋକଙ୍କୁ ବହୁ ଅସୁବିଧାରେ ପକାଇଥିବା ସେ କହିଛନ୍ତି ।

ସେପଟେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି, ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ବେଳେ ସବୁଠାରୁ ବେଶୀ କଳାଧନ ଜମା ହୋଇଥିଲା । ଆଜି ରାଜ୍ୟସଭାରେ ମନମୋହନ ସିଂଙ୍କ ସରକାରକୁ ଆକ୍ରମଣ ପରେ ଏକ ରୋଚକ ଦୃଶ୍ୟ ଦେଥିବାକୁ ମିଳିଥିଲା । ସଂସଦ ଭବନର କ୍ୟାଂଟିନରେ ମନମୋହନ ସିଂଙ୍କ ପାଖକୁ ଉଠି ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ସହ ହାତ ମିଳାଇ ବେଶ୍ ହାଲୁକା ଢଙ୍ଗରେ ଉଭୟ କିଛି ସମୟ ପାଇଁ କଥା ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟକୁ ସେଠାରେ ଉପସ୍ଥିତ ଥିବା ଅନ୍ୟ ସାଂସଦ ଓ କର୍ମଚାରୀ ମାନେ ଚାହିଁ ରହିଥିଲେ । କାରଣ ମୋଦିଙ୍କ ପଦକ୍ଷେପକୁ କଡା ସମାଲୋଚନା କରିବା ପରେ ପରେ ଏହି ଘଟଣା ଘଟିଥିଲା ।