ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକରେ ବନ୍ୟା ସ୍ଥିତି : ନେଦା, ରତିଲା ଓ ବଣ ଗାଁର ଶତାଧିକ ପରିବାର ଜଳବନ୍ଦୀ

119

କନକ ବ୍ୟୁରୋ : ମୟୂରଭଞ୍ଜର ସାରସକଣା ଓ ରାସଗୋବିନ୍ଦପୁର ବ୍ଲକରେ ବନ୍ୟା । ସାରସକଣା ବ୍ଳକରେ ବନ୍ୟାଜଳ ପଶିିବାରୁ ନେଦା, ରତିଲା ଓ ବଣ ଗାଁର ଶତାଧିକ ପରିବାର ଜଳବନ୍ଦୀରେ ରହିଛନ୍ତି । ଏବେ ଜଳସ୍ତର କମୁଥିଲେ ମଧ୍ୟ ଲୋକେ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀରୁ ଉଦ୍ଧାର ପାଇନାହାନ୍ତି । ସେହିପରି ରାସଗୋବିନ୍ଦପୁର ବ୍ଲକର ଗଡ଼ିଘାଟି ଓ ଝାଟିଗଡ଼ା ପଞ୍ଚାୟତର ଏକାଧିକ ଗାଁ ପାଣି ଘେରରେ ରହିଛି । ପ୍ରଶାସନ ତଳିଆ ଅଞ୍ଚଳର ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରିଛି । ଏନଡ଼ିଆରଏଫ, ଓଡ଼୍ରାଫ ଓ ଅଗ୍ନିଶମ ବିଭାଗର ଟିମ ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରାଯାଉଛି । ଏଥିସହ ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଂଟା ଯାଇଛି ।