ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ମହାଲିଙ୍ଗ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ଗିରଫ । ଜାଣନ୍ତୁ, କାହିଁକି ବାନ୍ଧିଲା ପୋଲିସ?

828

କନକ ବ୍ୟୁରୋ: ବଲାଙ୍ଗୀରର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ଦେଖିବାକୁ ମିଳିଛି ନୂଆ ମୋଡ । ଏହି ଘଟଣାରେ ମହାଲିଙ୍ଗ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଓ ଜଣେ ଅଧ୍ୟାପକକୁ ଗିରଫ କରିଛି ପୋଲିସ । ତେବେ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନଙ୍କୁ ପୋଲିସ ଗିରଫ କରିଛି । ସାକ୍ଷୀମାନଙ୍କୁ ପ୍ରଲୋଭିତ ଏବଂ ଧମକାଇବା ଅଭିଯୋଗରେ ଏହି ଦୁଇଙ୍କୁ ଗିରଫ କରିଯାଇଛି । ତେବେ ଗିରଫ ପରେ ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।