ନବୀନଙ୍କୁ ପୁଣି ନିଶାନା କଲେ ଧର୍ମେନ୍ଦ୍ର । କହିଲେ, ପଦ୍ମପୁରକୁ ଜିଲ୍ଲା ଗଠନ ପାଇଁ ମଞ୍ଜୁରୀ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ।

103

କନକ ବ୍ୟୁରୋ: ତିନି ଦିନ ହେଲା ପଦ୍ମପୁରରେ ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଚାର ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା କଥା ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପଦ୍ମପୁର ଝାରବନ୍ଧରେ ଜନସଭାକୁ ସମ୍ବୋଧନ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ପଦ୍ମପୁରକୁ ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦିଅନ୍ତୁ । ଏହାସହ ଧାନକିଣା, ଜଳସେଚନ, ଦାଦନ ଓ ଇନପୁଟ୍ ସବସିଡି ପ୍ରସଙ୍ଗ ଉଠାଇଛନ୍ତି ଧର୍ମେନ୍ଦ୍ର । ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ଥାୟୀ ନିଯୁକ୍ତି ନହେବା ଦ୍ୱାରା ୧ଲକ୍ଷ ଶିକ୍ଷକ ମାନସିକ ଯନ୍ତ୍ରଣା ପାଉଥିବା କଥା ଧର୍ମେନ୍ଦ୍ର କହିଛନ୍ତି । ଧର୍ମେନ୍ଦ୍ରଙ୍କ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ନରେନ୍ଦ୍ର ସିଂହ ତୋମାର, ବିଶ୍ୱେଶ୍ୱର ଟୁଡୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଁ ପ୍ରଚାର କରିଛନ୍ତି ।