ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲା ବିଜେଡି । ସସ୍ମିତ ପାତ୍ର କହିଲେ, ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ।

200

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲା ବିଜେଡି । ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଋଣ ଦେବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ମିଛ କହିଥିବା କହିଛନ୍ତି ସସ୍ମିତ ପାତ୍ର । ଏପରିକି ବିନା ସୁଧରେ ରାଜ୍ୟ ସରକାର ଋଣ ଦେଉଛନ୍ତି, ୫ଶହ କୋଟିରୁ ଅଧିକ ସୁଧହାର ଛାଡ କରିଛନ୍ତି ଏବଂ ୩ ବର୍ଷରେ ପଦ୍ମପୁରକୁ ୩ କୋଟିର ଋଣ ରିହାତି ଦିଆଯାଇଥିବା ବେଳେ କେନ୍ଦ୍ର ସରକାର ୩ ବର୍ଷରେ ଟଙ୍କାଟିଏ ଋଣ ଛାଡ କରିନାହାନ୍ତି ଏବଂ ଏସଏଚଜିରେ ଋଣ ଛାଡ ବାବଦରେ କେନ୍ଦ୍ର ଟଙ୍କାଟିଏ ଦେଉନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସସ୍ମିତ ପାତ୍ର । ମିଶନ ଶକ୍ତି ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବିନା ସୁଧରେ ୫ଲକ୍ଷ ଟଙ୍କା ଋଣ ଦେବାକୁ କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଥିଲେ, କେନ୍ଦ୍ର ସରକାର ଟଙ୍କା ଦେଉଥିବାବେଳେ ଅଳ୍ପ କିଛି ଦେଇ ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର ।