କଟକରେ ମମତା ବାନାର୍ଜୀ । ଏସସିବି ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ

459

କନକ ବ୍ୟୁରୋ : କଟକ ରେଭେନ୍ସା ପଡିଆରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏସସିବି ହସ୍ପିଟାଲ ଯାଇ ସେଠାରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ ।

ତେବେ ଏସସିବିରେ ଚିକିତ୍ସିତ ହେଉଛନ୍ତି ୫୮ ଆହତ ଯାତ୍ରୀ । ହସ୍ପିଟାଲ ଯାଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ ମମତା ବାନାର୍ଜୀ । ପରେ ଡାକ୍ତରୀ ଟିମ୍, ଏସସିବି ଅଧୀକ୍ଷକ ଓ ଅନ୍ୟ କର୍ତୃପକ୍ଷଙ୍କ ସହ ଆଲୋଚନା କରିବେ । ମମତା ବାନାର୍ଜୀ ଏସସିବି ପରେ ଭୁବନେଶ୍ୱର ଆସିବେ । ଭୁବନେଶ୍ୱରରେ ପଶ୍ଚିମବଙ୍ଗର କିଛି ମୃତକଙ୍କୁ ପରିବାରକୁ ଭେଟିବା ସହ ମୃତଦେହ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିବେ । ମମତା ବାନାର୍ଜୀଙ୍କ ସହ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ମଧ୍ୟ ଓଡ଼ିଶା ଆସୁଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।