ସିବିଆଇ ଖୋଲିଦେବ ଷଡ଼ଯନ୍ତ୍ର ଗୁମର! ରହିଛି ତିନୋଟି ପ୍ରମୁଖ ଥିଓରୀ

398

କନକ ବ୍ୟୁରୋ : ବାହାନଗା ରେଳ ଦୁର୍ଘଟଣାର ତଦନ୍ତ କରୁଛି ସିବିଆଇ । ଦୁର୍ଘଟଣାସ୍ଥଳରେ ପହଁଚି ସିବିଆଇର ଟିମ୍ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ହେଲେ ଏହାରି ଭିତରେ ତିନୋଟି ପ୍ରମୁଖ ଥିଓରୀ ରହିଛି ଯାହା ଉପରେ ଗୁରୁତ୍ୱ ଦେବା ଜରୁରୀ । ଇଲେକ୍ଟ୍ରୋନିକ୍ ଇଂଟରଲକିଂ, ଜାଣିଶୁଣି ସିଷ୍ଟମ୍ ସହ କାରସାଦି କରିବା ଅବା ହଠାତ୍ ହୋଇଥିବା ଯାନ୍ତ୍ରିକ ତ୍ରୁଟି । ଏହି ଭୟଙ୍କର ରେଳ ଦୁର୍ଘଟଣାର ତଦନ୍ତ ବେଳେ ଏହି ତିନିଟି ପ୍ରମୁଖ ଦିଗ ପ୍ରତି ଦୃଷ୍ଟି ଦେବା ଜରୁରୀ ।

ସିବିଆଇ ଖୋଲିଦେବ ଷଡ଼ଯନ୍ତ୍ର ଗୁମର!
ଥିଓରୀ-୧
– ଇଲେକ୍ଟ୍ରୋନି୍ ଇଂଟରଲକିଂରେ ଗଡ଼ବଡ଼
– ଇଲେକ୍ଟେ୍ାନିକ୍ ଇଂଟରଲକିଂ ଜରିଆରେ ବଦଳିଥାଏ ରେଳ ଟ୍ରାକ୍ର ଦିଗ
– ଗୋଟିଏ ଟ୍ରାକରୁ ଅନ୍ୟ ଟ୍ରାକକୁ ଯିବା ପାଇଁ ଟ୍ରେନକୁ ସାହାଯ୍ୟ କରିଥାଏ
– ଟ୍ରାକ୍ ପରିବର୍ତ୍ତନ ଓ ସିଗନାଲ ମଧ୍ୟରେ ସମନ୍ୱୟ ରଖେ
– ଧାରଣାରେ ଅନ୍ୟ ଟ୍ରେନ ଅଛି କି ନାହିଁ ସୂଚନା ଦେଇଥାଏ
– ବାହାନଗା ରେଳଦୁର୍ଘଟଣା ପୂର୍ବରୁ ଇଂଟରଲକିଂ ସିଷ୍ଟମରେ କ’ଣ ହୋଇଥିଲା ତ୍ରୁଟି?

ଥିଓରୀ-୨
– ଜାଣିଶୁଣି ସିଷ୍ଟମ୍ ସହ ହୋଇଛି କି କାରସାଦି?
– ଦୁର୍ଘଟଣା ପଛରେ ରହିଛି କି ଷଡ଼ଯନ୍ତ୍ର
– ମେସିନ୍ରେ ତ୍ରୁଟି ନା’ ମନୁଷ୍ୟକୃତ ତ୍ରୁଟି?
– ପ୍ରୋଗ୍ରାମିଂରେ ଜାଣିଶୁଣି କରାଯାଇଛି କି କାରସାଦି?

ଥିଓରୀ-୩
– ହଠାତ୍ ହୋଇଛି କି ଦୁର୍ଘଟଣା?
– ଦୁର୍ଘଟଣା ପଛରେ ରହିଛି କି ଯାନ୍ତ୍ରିକ ତ୍ରୁଟି?
– ଟ୍ରାକ୍ ପରିବର୍ତ୍ତନ ଓ ସିଗନାଲ୍ ଦେବାରେ ରହିଗଲା କି ତ୍ରୁଟି
– ଇଂଟରଲକିଂ ସିଷ୍ଟମ୍ ଠିକ୍ ଭାବେ କାମ କରୁ ନଥିଲା କି?