ପ୍ରଶ୍ନ ଘେରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ଆହତ ଘଟଣା । ଡାକ୍ତରଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପିତ କରାଯାଉଥିବା କହିଲା ଟିଏମସି

252

କନକ ବ୍ୟୁରୋ : ମମତାଙ୍କୁ କେହି ଧକ୍କା ମାରିନାହାଁନ୍ତି, ଡାକ୍ତରଙ୍କ କଥାକୁ ବିକୃତ କରାଯାଉଛି । କେହି ପଛରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧକ୍କା ମାରିବା ଯୋଗୁ ସେ ତଳେ ପଡି ଗୁରୁତର ହୋଇଛନ୍ତି ବୋଲି କହିଥିଲେ ଏସଏସ ମେଡିକାଲର ନିର୍ଦ୍ଦେଶକ ମଣିମୋୟ ବନ୍ଦୋପାଧ୍ୟାୟ । ଡାକ୍ତରଙ୍କ ଏହି ବୟାନ ଉପରେ ଆଜି ଟିଏମସି ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । କେହି ଧକ୍କା ମାରିବା ଯୋଗୁ ନୁହେଁ, ମୁଣ୍ଡ ବୁଲାଇବା ଏବଂ ଅସୁସ୍ଥତା କାରଣରୁ ମମତା ତଳେ ପଡିଯାଇ ଥାଇପାରନ୍ତି ବୋଲି କହିଛନ୍ତି ଟିଏମସି ନେତ୍ରୀ ଶଶୀ ପାଞ୍ଜା । ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘରେ ବୁଲୁଥିବା ବେଳେ ପଡିଯାଇ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ମମତାଙ୍କ କପାଳରେ ଲାଗିଥିବା ଆଘାତ ଯୋଗୁଁ ୪ ଟି ଷ୍ଟିଚ୍ ପଡିଛି । ମମତାଙ୍କ ଇସିଜି, ସିଟି ସ୍କାନ ସରିଥିବା ବେଳେ ତାଙ୍କୁ ଡିସଚାର୍ଜ କରାଯାଇଛି, ଏବେ ସେ ବିଶ୍ରାମ ନେଉଥିବା ଦଳ ପକ୍ଷରୁ କୁହାଯାଇଛି ।