ଡାକ୍ତରଖାନାରେ ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ । ଗୋଡରେ ରକ୍ତ ଜମାଟ ବାନ୍ଧିବା ପରେ ବିଗ ବିଙ୍କ ହୋଇଛି ଅସ୍ତ୍ରୋପଚାର

170

କନକ ବ୍ୟୁରୋ : ଡାକ୍ତରଖାନାରେ ଭର୍ତି ହେଲେ ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ । ମୁମ୍ବାଇର କୋକିଳାବେନ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ସୂଚନା ଅନୁସାରେ ବିଗ ବିଙ୍କ ଗୋଡରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ତାଙ୍କର ଅସ୍ତ୍ରୋପଚାର କରାଯାଇଛି । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି ଓ ସେ ଖୁବ ଶିଘ୍ର ଘରକୁ ଫେରିବେ ବୋଲି ପରିବାର ପକ୍ଷରୁ କୁହାଯାଇଛି । ଶୁକ୍ରବାର ସକାଳୁ ସେ ହସପିଟାଲରେ ଭର୍ତି କରାଯାଇଥିଲା । ଏହା ଭିତରେ ଚର୍ଚ୍ଚା ସାଉଁଟିଛି ବିଗ ବିଙ୍କ ସୋସିଆଲ ମିଡିଆ ପୋଷ୍ଟ । ଯେଉଁଥିରେ ସେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।