ମାଲକାନଗିରି ପୁଟୁମପାଲି ଡଙ୍ଗା ବୁଡି ଘଟଣା: ୩ ଦିନ ପରେ ମିଳିଲା ଯନ୍ତ୍ରୀଙ୍କ ମୃତଦେହ

101

କନକ ବ୍ୟୁରୋ: ମାଲକାନଗିରି କୁଟୁମପାଲି ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଆଜି ମିଳିଛି। ନିଖୋଜ ହେବାର ୩ ଦିନ ପରେ ମିଳିଛି ଯନ୍ତ୍ରୀଙ୍କ ମୃତଦେହ। ୩ କିଲୋମିଟର ଦୂର ଗୋରଖପୁର ମୁହାଣରୁ ଠାବ ହୋଇଛି ଶବ।

ସୂଚନାଯୋଗ୍ୟ, ପଡ଼ିଆ ବ୍ଲକ ଅନ୍ତର୍ଗତ କୁଟୁମପଲ୍ଲୀ ନଦୀ ଘାଟରେ ଡ଼ଙ୍ଗା ବୁଡ଼ି କନିଷ୍ଠ ଯନ୍ତ୍ରୀ କୈଳାସ ସାହୁ ନିଖୋଜ ହୋଇଥିଲେ। ଏକ ଦେଶୀ ଡ଼ଙ୍ଗାରେ ପେଣ୍ଡୁଲୁବାଇ ଗାଁରୁ କୁଟୁମପଲ୍ଲୀ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ଓଲଟି ପଡିବାରୁ କନିଷ୍ଠ ଯନ୍ତ୍ରୀ ନିଖୋଜ ହୋଇଥିଲେ। ଘଟଣା ସମୟରେ ଡଙ୍ଗାରେ ମୋଟ ୧୪ ଜଣ ଯାତ୍ରୀ ଥିବାର ଜଣାପଡିଛି। ଘଟଣାଟି ଶୁକ୍ରବାର ସନ୍ଧ୍ୟା ୬ଟାରେ ଘଟିଥିବାର ସୂଚନା ମିଳିଥିଲା। କନିଷ୍ଠ ଯନ୍ତ୍ରୀ ଜଣଙ୍କ କୁଟୁମପଲ୍ଲୀରେ ନିର୍ମାଣାଧୀନ ବ୍ରିଜ୍ କାମରେ ନିୟୋଜିତ ଥିଲେ। ନିଖୋଜ ଯନ୍ତ୍ରୀଙ୍କ ଘର ଉତ୍ତର ପ୍ରଦେଶ ବୋଲି ଜଣାପଡିଛି। ପଡ଼ିଆ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଥିଲା।