ମହାନଦୀ ଜଳ ବିବାଦକୁ ନେଇ ଆଜି ଟ୍ରିବ୍ୟୁନାଲରେ ଶୁଣାଣି : କରୋନା ପରେ ପ୍ରଥମ ଥର ହେବ ପ୍ରତ୍ୟକ୍ଷ ଶୁଣାଣି

106

କନକ ବ୍ୟୁରୋ : ମହାନଦୀ ଜଳ ବିବାଦକୁ ନେଇ ଆଜି ଟ୍ରିବ୍ୟୁନାଲରେ ଶୁଣାଣି । କରୋନା ପରେ ପ୍ରଥମ ଥର ହେବ ପ୍ରତ୍ୟକ୍ଷ ଶୁଣାଣି । ଓଡିଶା ପକ୍ଷରୁ ମାମଲାର ଚତୁର୍ଥ ସାକ୍ଷୀ ଭାବେ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ‘ର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡାଙ୍କ ଦ୍ୱାରା ୫୧୦ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି । ମହାନଦୀ ଅବବାହିକାର ଓଡ଼ିଶା ପାଶ୍ୱର୍ରେ ସାମାଜିକ ଓ ଆର୍ଥିକ ବିକାଶକୁ ନେଇ ଏଥିରେ ବିସ୍ତୃତ ତଥ୍ୟ ଦିଆଯାଇଛି ।

ସତ୍ୟପାଠରେ କୁହାଯାଇଛି ମହାନଦୀ ଓଡ଼ିଶାର ଜୀବନ ରେଖା । ୧୯୫୦ରେ ନିର୍ମାଣ ହୋଇଥିବା ହିରାକୁଦ ନଦୀବନ୍ଧ ଓଡ଼ିଶାର ଅର୍ଥନୈତିକ ବିକାଶ ପାଇଁ କରାଯାଇଥିଲା । ଓଡ଼ିଶାର କୃଷି ଓ ଶିଳ୍ପର ବିକାଶ ସମ୍ପୂର୍ଣ୍ଣ ଭାବେ ମହାନଦୀ ଜଳ ସହିତ ଜଡିତ । ଯଦି ଛତିଶଗଡ଼ ତଥା ଉପର ମୁଣ୍ଡରୁ ହୀରାକୁଦ ଡ୍ୟାମକୁ ମହନଦୀର ଜଳ ପ୍ରବାହ ହ୍ରାସ ପାଇବ ଏହା ରାଜ୍ୟ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇବା ସହ ଅର୍ଥନୀତିକୁ କ୍ଷତି ପହଞ୍ଚାଇବ । ଓଡ଼ିଶାର ୯ଜଣ ସାକ୍ଷୀଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ୪ଜଣ ସାକ୍ଷୀ ଟ୍ରିବ୍ୟୁନାଲରେ ସତ୍ୟପାଠ ଦାଖଲ କରିଛନ୍ତି ।