ମୋଦୀଙ୍କ କଟାକ୍ଷର ଉତର ରଖିଲେ ପ୍ରିୟଙ୍କା । ରାହୁଲଙ୍କୁ “ସେହଜାଦା” ଆକ୍ଷାର ଜବାବରେ ମୋଦୀଙ୍କୁ ସେହେନ୍ସା ପଦ ଦେଲେ ଭଉଣୀ

139

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । ବିହାର ଦରଭଙ୍ଗାରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀ ଏବଂ ବିହାରର ପାଟନାରେ ଆରଜେଡିର ଯୁବରାଜ ତେଜସ୍ୱୀ ଯାଦବ ଦେଶ ଓ ବିହାରକୁ ନିଜର ଜାଗିର ଭାବୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ବିଜେପି ନେତୃତ୍ୱରେ ବିହାରରେ ଏନଡିଏ ସରକାର ବିହାରର ବିକାଶ କରୁଥିବା ବେଳେ ବିରୋଧୀ ପ୍ରସଙ୍ଗ ବିହୀନ ହୋଇଥିବା କହିଛନ୍ତି ମୋଦି । ସେପଟେ ଗୁଜରାଟରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିଶାଳ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସେହେଜାଦା ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ମୋଦୀଙ୍କ ସେହଜାଦା ଆକ୍ଷାର ଉତ୍ତରରେ ପ୍ରିୟଙ୍କା କହିଛନ୍ତି କି, ମୋ ଭାଇ ପାଦରେ ଚାଲି ଚାଲି ୪ ହଜାର କିଲୋମିଟର ଯାଇଛନ୍ତି । ସେ କିଭଳି ସେହଜାଦା ହେଲେ । ଯିଏ ଦେଶରେ ଏକଛତ୍ରବାଦ ଶାସନ ଚଳାଇଛନ୍ତି ସେମାନେ ସେହେନସାହ । ଏବେ ଦେଶ ରାଜନୀତିରେ ସେହଜାଦା ବନାମ ସେହେନସାହା ଶବ୍ଦକୁ ନେଇ ରାଜନୀତି ସରଗରମ ହୋଇଛି ।