ବର୍ଦ୍ଧିତ ଶକ୍ତି ଦକ୍ଷତା ପାଇଁ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥାକୁ ନିୟୋଜିତ କଲା ବେଦାନ୍ତ ଲାଞ୍ଜିଗଡ଼

23

କନକ ବ୍ୟୁରୋ: ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦକ ଏହାର ୟୁନିଟରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥା ଗ୍ରହଣ କରିଛି । ଏହା ୧୨୦ଟି ଜଟିଳ ବୈଦ୍ୟୁତିକ ସମ୍ପତ୍ତିର କାର୍ୟ୍ୟ ଦକ୍ଷତା ମାପ ଦଣ୍ଡ ଉପରେ ନଜର ରଖିବାରେ ସାହାଯ୍ୟ କରିବ, ଯାହାଦ୍ୱାରା ପ୍ଲାଣ୍ଟରେ ଶକ୍ତି ଦକ୍ଷତାର ବିକାଶ ହୋଇପାରିବ । ଏହା ଏକ ଉନ୍ନତ ଡିଜିଟାଲ ଇଜେସନ ପ୍ରୟାସ ଯାହାକି ବର୍ଦ୍ଧିତ କାର୍ୟ୍ୟକ୍ଷମ ଅପ୍ଟିମାଇଜେସନ୍ ଓ ରିଫାଇନାରୀ କାର୍ୟ୍ୟର ସ୍ୱୟଂଚାଳିତ ବୃଦ୍ଧି ଘଟାଇବ ।

ଜଟିଳ ପରିଚାଳନାଗୁଡ଼ିକର ବ୍ୟବସ୍ଥିତ ମନିଟରିଂ, ବିଶ୍ଳେଷଣ ଓ ଅପ୍ଟିମାଇଜେସନ ନିଶ୍ଚିତ କରିବାକୁ ଶକ୍ତି ପରିଚାଳନା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଯାହା ସାମଗ୍ରିକ ଶକ୍ତି ଦକ୍ଷତାକୁ ଆଗେଇ ନେଇଥାଏ ଓ କେନ୍ଦ୍ରୀୟ ଡାଟାବେସର କାର୍ୟ୍ୟକୁ ସୁଗମ କରିଥାଏ ।

ଆଲୁମିନା ବିଶୋଧନ ପ୍ରକ୍ରିୟାରେ ଶକ୍ତିର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଉନ୍ନତ, ସ୍ୱୟଂଚାଳିତ ଓ ଡାଟା ଆଧାରିତ ପ୍ରକ୍ରିୟା ଗୁଡ଼ିକର କାର୍ୟ୍ୟକାରିତା ଲାଗି ଶକ୍ତି ପରିଚାଳନା ପ୍ରଣାଳୀ ଏହାର ଦକ୍ଷତାକୁ ବଢାଇଥାଏ ଓ ଇଏସଜି ଲକ୍ଷ୍ୟ ହାସଲ ପାଇଁ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ କମ କରିଥାଏ ।

ଏହି ଅବସରରେ ବେଦାନ୍ତ ଲିମିଟେଡର ଆଲୁମିନା ବିଜିନେସର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ୟ୍ୟ କହିଛନ୍ତି ଯେ ଶକ୍ତି ପରିଚାଳନା ପ୍ରଣାଳୀ ପରି ପଦକ୍ଷେପ ମାଧ୍ୟମରେ ଆମେ ଶକ୍ତି ଦକ୍ଷତା ବୃଦ୍ଧି ଦିଗରେ ଆଗେଇବା ପାଇଁ ପ୍ରତିଶୃତିବଦ୍ଧ । ଯେକୌଣସି ଶିଳ୍ପ ପାଇଁ ଶକ୍ତି ଦକ୍ଷତା ପ୍ରୟୋଜନ, ଆମେ କାର୍ବନ ପଦଚିହ୍ନକୁ ହ୍ରାସ କରିବା ଲାଗି ସ୍ୱଚ୍ଛ ଓ ଅଧିକ ସ୍ଥାୟୀ ଶକ୍ତି ପ୍ରଣାଳୀକୁ ଏକତ୍ର କରୁଛୁ ଯାହାଦ୍ୱାରା ସମସ୍ତଙ୍କ ଲାଗି ଏକ ସମୃଦ୍ଧ ଓ ସ୍ଥାୟୀ ଭବିଷ୍ୟତ ଗଠନ ହୋଇପାରିବ ।

ବେଦାନ୍ତର ଆଲୁମିନା ବିଶୋଧନାଗାର ଏହାର ଶକ୍ତି ଦକ୍ଷତା ପଦକ୍ଷେପ ପାଇଁ ଅନେକ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି ସର୍କଲ ତଥା ଭାରତସରକାରଙ୍କ ବ୍ୟୁରୋ ଅଫଏନର୍ଜି(ଏଫସିସି)ଅଧିନରେ ଶକ୍ତି ହାସଲ କରୁଛି ଓ ଶକ୍ତି ଦକ୍ଷତା ପ୍ରଦର୍ଶନ ଉପରେ ପୁରସ୍କାର ଲାଭ କରିଛି ।

ବେଦାନ୍ତ ଆଲୁମିନିୟମ ୨୦୫୦ ସୁଦ୍ଧା ନେଟ ଜିରୋ ହାସଲ କରିବାକୁ ପ୍ରତିଶୃତି ଦେଇଛି ଓ କାର୍ବନ ଫୁଟ ପ୍ରିଂଟକୁ ହ୍ରାସ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛି । ଏହାର କାର୍ୟ୍ୟକଳାପ ମାଧ୍ୟମରେ କମ୍ପାନି ଏକ ସବୁଜ ଭବିଷ୍ୟତ ନିଶ୍ଚିତ କରିବାକୁ ଦୁଇ ଗୁଣା ରଣନୀତି ଆପଣାଇଛି ଓ ଏହି ଯାତ୍ରା କମ୍ପାନି ଲାଗି ହାସଲ ହୋଇଥିବା ପ୍ରମୁଖ ମାଇଲ ଖୁଣ୍ଟ ଯାହା-
– ଉତ୍ପାଦନକୁ ୧୬% ବୃଦ୍ଧିକରୁଥିବାବେଳେ ଆର୍ଥିକ ବର୍ଷ ୨୩ର ବେସ ଲାଇନ ଉପରେ ଏସଏଚଜି ନିର୍ଗମନ ତୀବ୍ରତାକୁ ୮% ହ୍ରାସକରିଛି ।
– ଆର୍ଥିକ ବର୍ଷ ୨୪ରେ ଏହାର କାର୍ୟ୍ୟରେ ୧୫ ବିଲିୟନ ଲିଟରୁ ଅଧିକ ଜଳ ପୁନଃ ବ୍ୟବହାର କରିଛି ।
– ମଧୁର ଜଳ ଉତ୍ସରୁ ଜଳ ପ୍ରତ୍ୟାହାରରେ ଏକ ଉଲ୍ଲେଖନୀୟ ଭୂମିକା ୧୧% ହ୍ରାସକରିଛି
– ୧.୫ ମିଲିୟମ କ୍ୟୁବିକ ମିଟର ମଧୁର ଜଳ ସଂଚୟ
– ଆର୍ଥିକ ବର୍ଷ ୨୩ରେ ବର୍ଜ୍ୟବସ୍ତୁ ବ୍ୟବହାରକୁ ୨୦୦%କୁ ଦ୍ୱିଗୁଣିତ କରିଛି
– ୬୦ରୁ ଅଧିକ ଗ୍ରାମାଞ୍ଚଳରେ ଜଳ ସଂସ୍ଥାର ପୁନରୁଦ୍ଧାର ପ୍ରକଳ୍ପରେ ସହଯୋଗ କରିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏ କି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକବର୍ଷ ୨୪ରେ ୨.୩୭ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସ ଆଣ୍ଡ ପି ଗ୍ଲୋବାଲ କର୍ପୋରେଟସ ସଟାନବିଲିଟିଆ ସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମର୍ୟାଙ୍କଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟ ମରିଫାଇନାରୀ ଓ ପାୱାର ପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।