ଜମ୍ମୁ-କଶ୍ମୀରର ପୁଞ୍ଚରେ ଆତଙ୍କୀ ଆକ୍ରମଣ: ବାୟୁସେନା ଯବାନଙ୍କ ଗାଡି ଉପରକୁ ଆତଙ୍କବାଦୀଙ୍କ ଗୁଳିମାଡ, ଆକ୍ରମଣରେ କିଛି ଯବାନ ଆହତ ସୂଚନା

118

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର ପୁଞ୍ଚରେ ଏୟାରଫୋର୍ସର ଗାଡି ଉପରକୁ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସୁରକ୍ଷା ଅଧିକାରୀମାନେ କହିଛନ୍ତି କି ଆତଙ୍କବାଦୀମାନେ ସେନାଙ୍କ ଗାଡି ଉପରୁ ଗୁଳିମାଡ କରିଛନ୍ତି । ଏହି ଆକ୍ରମଣ ସୁରନକୋଟର ସନାଇ ଗାଁରେ ହୋଇଛି । ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି । ରାଷ୍ଟ୍ରିୟ ରାଇଫଲ ୟୁନିଟର ଟିମ୍ ଘଟଣାସ୍ଥଳରେ ଯାଞ୍ଚ ଅଭିଯାନ ଆରମ୍ଭ କରିଛି । ଏୟାରଫୋର୍ସର ଗାଡିଗୁଡିକୁ ସୁରକ୍ଷିତ ସହ ଶାହସିତର ଏୟାରବେସରେ ପହଞ୍ଚାଯାଇଛି ।